Related Contents

ଶୋଇଥିଲା ବେଳେ ଘର ଭାଙ୍ଗିଲା, ଅଳ୍ପକେ ବର୍ତ୍ତୀଲେ ଯୁବକ

ରିପୋର୍ଟ: ରୀଙ୍କୁ ସାହୁ
ଗାଇସିଲେଟ(୧୩/୦୬): ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ରାଇସଲପଦର ଗାଁର ଗଜିନ୍ଧ୍ର ବାରିକ (୬୫) ଗତ କାଳି ରାତିରେ ସୋଇଥିବା ବେଲେ ଘଡ ଘଡି ସହ ବର୍ଷା ହୋଇଥିଲା ।

ଗଜିନ୍ଧ୍ର ତାଙ୍କ ଘରେ ଶୋଇଥିଲେ ରାତ୍ର ପ୍ରାୟ ୧୨ ଟାରେ ଘର ଭାଙ୍ଗିଗଲା । ତାଙ୍କ ଦେହ ଉପରେ ନଡା ଛପର ପଡ଼ି ତଲେ ପୋତି ହୋଇଗଲେ । ତାଙ୍କର ହୋ ହାଲ୍ଲା ଦେଖି ସ୍ଥାନୀୟ ପଡୋଶୀ ଧାଇଁ ଆସି ତାଙ୍କୁ ବାହାରକୁ ବାହାର କରିଥିଲେ । ସେ କହିଛନ୍ତି ଯେ ତାଙ୍କ ପରିବାରରେ ତିନି ଜଣ ରହନ୍ତି ଓ ତାଙ୍କ ରହିବା ପାଇଁ ଘର ନାହି, ସରକାରଙ୍କ ତରଫରୁ କୌଣସି ସହାୟତା ମିଳିନାହିଁ ବୋଲି ଜଣାଇଛନ୍ତି ଗଣମାଧ୍ୟମକୁ । ଏନେଇ ସେ ସରକାରଙ୍କ ବିଜୁ ପକ୍କା ଘରର ସହାୟତା ଲୋଡିଛନ୍ତି ।

Comments are closed.