ରେନ୍‍ବ ସ୍ୱାଭିମାନ ପଦଯାତ୍ରା ଶୁଭାରମ୍ଭ କଲେ ରାୟଗଡ଼ା ଜିଲ୍ଲାପାଳ

0
369
ରେନ୍‍ବ ସ୍ୱାଭିମାନ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୫/୦୬) : ଶନିବାର ଟ୍ରାନ୍‍ସ ଜେଣ୍ଡର ବ୍ୟକ୍ତିଙ୍କ ଅଧିକାର ତଥା ଶିକ୍ଷାଗତ ଅଧିକାର, ସ୍ୱାସ୍ଥ୍ୟ, ନିଯୁକ୍ତି, ଆତ୍ମ ସମ୍ମାନ ର ସହ ଜୀବନ ଯାପନ କରିବା ତଥା ଅନ୍ୟାନ୍ୟ ବର୍ଗକୁ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ରେନ୍‍ବ ସ୍ୱାଭିମାନ ପଦଯାତ୍ରାକୁ ଜିଲ୍ଲାପାଳ, ରାୟଗଡ଼ା ଶ୍ରୀମତୀ ସ୍ୱଧା ଦେବ ସିଂ ଶୁଭାରମ୍ଭ କରିଥିଲେ ।WhatsApp Image 2022 06 25 at 9.49.45 PM ରେନ୍‍ବ ସ୍ୱାଭିମାନ ପଦଯାତ୍ରା ଶୁଭାରମ୍ଭ କଲେ ରାୟଗଡ଼ା ଜିଲ୍ଲାପାଳ

ରେନ୍‍ବ ସ୍ୱାଭିମାନ ପଦଯାତ୍ରା ର ଶୁଭାରମ୍ଭ ରାୟଗଡ଼ା ଜିଲ୍ଲାପାଳଙ୍କ ଦ୍ୱାରା ହୋଇଯାଇଛି । ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ ର ଆଣ୍ଟି ଉଇଙ୍ଗି ନୀୟମାବଳୀ ର ତୃତୀୟ ସଂଶୋଧନ (୨୦୧୬) ଜଣେ ବ୍ୟକ୍ତି ର ଲିଙ୍ଗଗତ ପରିଚୟ ଏବଂ ଯୌନଗତ ଆଭି ମୁଖ୍ୟକୁ ଆଧାର କରି ମହାବିଦ୍ୟାଳୟ ଏବଂ ବିଶ୍ୱ ବିଦ୍ୟାଳୟ ପରିସରରେ କୌଣସି ପ୍ରକାର ଧମକ ଚମକ ବା ଭେଦଭାବ କରାଯାଇ ପାରିବ ନାହିଁ । ସାମାଜିକ ସୁରକ୍ଷା ପଦକ୍ଷେପ- ଟ୍ରାନ୍‍ସ ଜେଣ୍ଡର ବ୍ୟକ୍ତିମାନଙ୍କ ସାମାଜିକ କଲ୍ୟାଣ ଏବଂ ଅଧିକାର ସୁରକ୍ଷା ନିମନ୍ତେ ଓଡିଶା ସରକାର ତରଫରୁ ସ୍ୱୀକୃତୀ ଯୋଜନା କାର୍ଯ୍ୟକାରୀ ହେଉଛି ଏବଂ ସମ୍ପ୍ରତି ଭାରତ ସରକାରଙ୍କ ଦ୍ୱାରା ସ୍ମାଇଲ୍‍ ଯୋଜନା ର ଘୋଷଣା କରାଯାଇଛି ।

ସାମାଜିକ ଅତ୍ୟାଚାରରୁ ଟ୍ରାନ୍‍ସ ଜେଣ୍ଡର ମାନଙ୍କୁ ରକ୍ଷା କରିବା, ସେମାନଙ୍କୁ ଭଲ ପାଇବା, ମାନବ ସମାଜ ର ମାନ୍ୟତା ଦେବା, ଚାକିରୀ କ୍ଷେତ୍ରରେ ସୁବିଧା ଦେବା ଉଦ୍ଦେଶ୍ୟରେ ରେନ୍‍ବ ସ୍ୱାଭିମାନ ପଦଯାତ୍ରା କୋରାପୁଟ ସ୍କୁଏର୍‍ ଠାରୁ କପିଳାସ ସ୍କୁଏର ପର୍ଯ୍ୟନ୍ତ ହୋଇଥିଲା । ଏହି ପଦଯାତ୍ରା ର ଶୁଭାରମ୍ଭ ଜିଲ୍ଲାପାଳ ସମେତ ଏଥିରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଭିକ୍ଟରିଆ କୁଲୁ, ଶାରୀରିକ ଶିକ୍ଷା ନିରୀକ୍ଷକ ଶତ୍ରୁଘ୍ନ ମଲ୍ଲିକ ଆଦି ଉପସ୍ଥିତ ଥିଲେ ।