ଇମ୍ଫା ଲୋକ ସମ୍ପର୍କ ଅଧିକାରୀଙ୍କ ପିତା ପଦ୍ମନ ପାଣିଗ୍ରାହୀଙ୍କ ଦେହାନ୍ତ

ରିପୋର୍ଟ: ଅମୁଲ୍ୟ ନିସଙ୍କ
ରାୟଗଡ଼(୧୨/୦୬): ରାୟଗଡାର ବରିଷ୍ଠ ନାଗରିକ ତଥା ଧର୍ମପରାୟଣ ବ୍ୟକ୍ତିଙ୍କର ଆଜି ଦିନ ଗୋଟାଏ ବେଳେ ସରକାରୀ ଡାକ୍ତର ଖାନାର ଦେହାବଶନ ଘଟିଛି | ସ୍ବର୍ଗତ ପାଣିଗ୍ରାହୀ ରାୟଗଡା ଜ଼ିଲ୍ଲାର ପଦ୍ମପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ |

ପରବର୍ତୀ ସମୟରେ ସରକାରୀ ପୋଲିସ ବିଭାଗରେ ଚାକିରୀ କରି ଅବଶର ନେଇ ରାୟଗଡ଼ ସହରରେ ରହିଆସୁଥିଲେ | ସ୍ବର୍ଗତ ପାଣିଗ୍ରାହିଙ୍କ ପାଞ୍ଚ ଗୋଟି ପୁତ୍ର ଓ ଗୋଟିଏ ଝିଅ ପୋଲିସ ଚାକିରୀ କରି ମଧ୍ୟ୍ ନିଜ ପିଲାମାନଙ୍କୁ ସଂସ୍କାର ଦେଇ ସମାଜରେ ପ୍ରତିଷ୍ଠିତ କରାଇପାରିଛି | ଚାରିଗୋଟି ପୁଅ ଚାକିରୀ କରୁଥିବା ବେଳେ ଗୋଟିଏ ପୁଅ ଠିକାଦାର ରୂପେ ନାମ ଅର୍ଜନ କରିଛନ୍ତି | ଗୋଟିଏ ପୁଅ ବ୍ୟାଙ୍କ ଚାକିରୀରୁ ଅବସର ନେଇଛନ୍ତି ଅନ୍ୟ ପୁଅ ଶକ୍ତି ପାଣିଗ୍ରାହୀ ଇମ୍ଫା କାରଖାନାର ଲୋକ ସମ୍ପର୍କ ଅଧିକାରୀ ରୂପେ କାର୍ଯ୍ୟରତ ସ୍ବର୍ଗତ ପାଣିଗ୍ରାହୀଙ୍କ ମୃତ୍ୟୁ ଖବର ପ୍ରଚାର ହେବା ମାତ୍ରେ ବହୁ ବୁଦ୍ଧିଜୀବି ବନ୍ଧୁବାନ୍ଧବ ଓକିଲ ବନ୍ଧୁ ବିଭିନ ଅନୁଷ୍ଠାନର ବ୍ୟକ୍ତି ମାନେ ଶେଷଦର୍ଶନ ପାଇଁ ଡାକ୍ତର ଖାନାକୁ ଆସିଥିଲେ | ସ୍ବର୍ଗତ ପାଣିଗ୍ରାହୀଙ୍କ ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାର ଠାରେ କରିବା ନିମନ୍ତେ ମର ଶରୀର ଧରି ବହୁ ବ୍ୟକ୍ତି ପୁତ୍ର ମାନେ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି | ଏହା ଶୁଣି ଏ ଅଂଚଳରେ ଶୋକର ଛାୟା ଖେଳିଯାଇଛି |

Comments are closed.