Friday, March 29, 2024

Top 5 This Week

Related Posts

ସ୍କୁଲ ଫି ଛାଡ଼ ନିର୍ଦ୍ଦେଶର ସଠିକ କାର୍ଯ୍ୟକାରୀ ଦlବୀ କଲା ଓଡିଶା ଅଭିଭାବକ ମହାସଂଘ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,ତା(୦୬/୦୮) : କରୋନା ମହାମାରୀରେ ଅଭିଭାବକ ମାନଙ୍କ ଆର୍ଥିକ ସଙ୍କଟ ଦୃଷ୍ଟିରୁ ଘରୋଇ ସ୍କୁଲ ଫି ଆଦାୟକୁ ନେଇ ମାମଲାରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏମ.ଓ.ୟୁ ହୋଇ ସ୍କୁଲ ଫିରେ କେତୋଟି ସ୍ଲାବରେ ରିହାତିର ବିଭାଗୀୟ ନିର୍ଦ୍ଦେଶ ଦେଇଥିଲେ |

ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟଙ୍କ ରାୟ ପରେ ବିଭାଗର ପରବର୍ତ୍ତୀ ନିର୍ଦ୍ଦେଶ ନାମାରେ ପୂର୍ବରୁ ଏମ.ଓ.ୟୁରେ ସାମିଲ ହୋଇ ନଥିବା ସ୍କୁଲ ମାନେ ରିଆଡ଼ମିସନ, ସେସନ, ପରୀକ୍ଷା, ଡେଭଲପମେଣ୍ଟ, ଇଷ୍ଟlର୍ବଲିଶିମେଣ୍ଟ ଆଦି ଅନ୍ୟାନ୍ୟ ସମସ୍ତ ସ୍କୁଲ ଫି କୁ ଛାଡି କେବଳ ପିଲାଙ୍କ ପାଠ ପଢ଼ାରେ ବ୍ୟବହାର ହେଉଥିବା ସୁବିଧାର ଉପଯୁକ୍ତ ଫି ଅର୍ଥାତ ଟିଉସନ ଫିରୁ ୧୫% ଛାଡ଼ କରି ୨୦୧୯-୨୦ ବର୍ଷର ଫିକୁ ଅଭିଭାବକ ମାନଙ୍କୁ କିଛି ମାସ ସମୟରେ ଅବଧି ଦେଇ ଆଦାୟ କରିବାକୁ ଉଲ୍ଲେଖ କରି ଗତ ଜୁନ ୩ ତାରିଖରେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l

ପହଞ୍ଚିବାର ଦୁଇ ମାସ ପରେ ମଧ୍ୟ ନିର୍ଦ୍ଦେଶ ସଠିକ ଭାବେ କାର୍ଯ୍ୟ କାରି ହୋଇପାରିଲା ନାହିଁ l ଏପରିକି ନିର୍ଦ୍ଦେଶ ନାମାରେ ଫି ଆଦାୟକୁ ନେଇ କୌଣସି ସ୍କୁଲ ପିଲାଙ୍କୁ ଅନଲାଇନ ପାଠପଢ଼ା, ପରୀକ୍ଷା, ପ୍ରୋଗେସ କାର୍ଡ, କ୍ଲାସ ପ୍ରମୋସନ ଆଦିରୁ ବଞ୍ଚିତ କରିପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଥିବା ବେଳେ ଅନେକ ସ୍କୁଲ ଆଦୌ ମାନୁନାହାନ୍ତି l

ତେଣୁ ବୌଦ୍ଧ ଜିଲ୍ଲାରେ ଏହି ଫି ଛାଡ଼ର ନିର୍ଦେଶର ସଠିକ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଓଡିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ, ଜିଲ୍ଲା ଆବାହକ କୃତିବାସ ପଲିଆ ବୌଦ୍ଧ ଜିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ମିଶ୍ରଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ସ୍ମାରକ ପତ୍ର ପ୍ରଦାନ କରିଥିଲେ l

ଆସନ୍ତା ସାତ ଦିନ ଭିତରେ ଡିଇଓ ଙ୍କୁ କହି ବିଭିନ୍ନ ପ୍ରାଇଭେଟ ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକ ମହାସଂଘ ପ୍ରତିନିଧି ଦଳ ମଧ୍ୟରେ ବୈଠକ ହୋଇ ସମସ୍ୟା ସମାଧାନ ପାଇଁ ଆଲୋଚନା କରାଯିବ ବୋଲି ଜିଲ୍ଲାପାଳ କହିଥିଲେ l

ଜିଲ୍ଲାପାଳ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କହିଥିବା ମହାସଂଘର ଜିଲ୍ଲା ସମ୍ପାଦକ ବିକାଶ ମହାକୁଡ଼,ସହ -ଆବାହକ ଶୁଶିଲ ଦେହୁରୀ, କୃଷ୍ଣଚନ୍ଦ୍ର କାମ୍ପ,ଉପଦେଷ୍ଟା ପରଦେଶୀ ବେହେରା, ଦେବାଶିଷ ପୁରୋହିତ, ଯାମିନୀ ମୁଖୀ, ବିଶ୍ଵମୋହନ ଶତପଥି ,ସଦସ୍ୟ ରହିତାଶ୍ଵ ବେହେରା, ବେଣୁଧର ମେହେର, ନାରାୟଣ ନାୟକ, ସୁଧାଂଶୁ ଶେଖର ଦେଓ ଶାରଙ୍ଗଧର ଭୋଇ ପ୍ରମୁଖ ସ୍ୱାକ୍ଷର ସମ୍ବଳିତ ଦାବୀପତ୍ର ପ୍ରଦାନ କରାଗଲା l

Popular Articles