Advertisements
Thursday, July 16, 2020
Home headline ଶୌଚ ଯିବା ସମୟରେ ଦୁଷ୍କର୍ମ, ଦୁଇ ଜଣ ଅଟକ

ଶୌଚ ଯିବା ସମୟରେ ଦୁଷ୍କର୍ମ, ଦୁଇ ଜଣ ଅଟକ

ରିପୋର୍ଟ: ଭଗବାନ ମହାନ୍ତି/ନିମାଇଁ ଚରଣ ବଘାର
ମୁରିବାହାଲ (୧୨/୦୬): ମୁରିବାହାଲ ଥାନା ଈଛାପଡା ପଂଚାୟତ କତରାଲଗା ଗ୍ରାମର ଶିବାନୀ ରାଉତ (ଛଦ୍ମ ନାମ) ବୟସ ୨୩, ପିତା ଉଜ୍ବଳ ରାଉତ (ଛଦ୍ମ ନାମ) ମୁରିବାହାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ ଅପରାହ୍ନ ୦୨.୩୦ଟା ସମୟରେ ଗାଁ ପାଖରେ ଡୁଙ୍ଗରି ପଛ ପଟେ ତାଙ୍କୁ ଦୁଷ୍କର୍ମ କରାଯାଇଛି |

ସେ ଲିଖିତ ଅଭିଯୋଗ ରେ ଜଣାଇଛନ୍ତି ଯେ ସେ ପାଖ ଡୁଙ୍ଗୁରିକୁ ଯାଇଥିବା ସମୟରେ ତାଙ୍କୁ ଏକୁଟିଆ ଦେଖି ଆକାଶ ରାଉତ ଏବଂ ଲକ୍ଷଣ ରାଉତ ବୋଲି ଦୁଇ ଜଣ ତାଙ୍କୁ ଭୟଭୀତ କରି ମାରିବାକୁ ଧମକ ଦେଇଥିଲେ | ଏହି ଦୁଇଜଣ ଖଲଖଳି ଗ୍ରାମର ବେଲପଡା ଥାନା ଅନ୍ତର୍ଗତ ବୋଲି ଏତେଲାରେ ଲେଖିଛନ୍ତି | ଆକାଶ ରାଉତ ତାକୁ ଜୋର କରି ଟେକି ନେଇ ଧର୍ଷଣ କରିଥିବା କହିଛନ୍ତି | ଏହି ବିଷୟରେ କାହାରିକୁ କହିଲେ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ | ସେ ବହୁତ କଷ୍ଟରେ ଘରକୁ ଆସି ଏହି ବିଷୟରେ ଘରେ ଜଣାଇଥିଲେ | ମୁରିବାହାଲ ଥାନାକୁ ଆସି ଲିଖିତ ଅଭିଯୋଗ ମଧ୍ୟ ଦେଇଛନ୍ତି | ଉପଯୁକ୍ତ ତଦନ୍ତ କରି ଦୋଷୀକୁ ଦଣ୍ଡମିଳୁ ବୋଲି ସେ ଗୁହାରି କରିଛନ୍ତି | ସୂଚାନୁସାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ଓ ଡାକ୍ତରୀ ମାଇନା ପାଇଁ ପଠେଇଛନ୍ତି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ ପ୍ରକାଶ-ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲର ପରୀକ୍ଷାର୍ଥୀ ଶତପ୍ରତିଶତ କୃତକାର୍ଯ୍ୟ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୧୬/୦୭): ପ୍ରକାଶିତ ହୋଇଯାଇଛି ରାଜ୍ୟ ସ୍ତରୀୟ ସିବିଏସଇ ଦଶମ ବୋର୍ଡ ପରୀକ୍ଷା ଫଳ l ଏହାସହିତ ଟିକିରି ଥାନାସ୍ଥିତ ଦୋରାଗୁଡ଼ାରେ ଅବସ୍ଥିତ...

ଦଶମ ଶ୍ରେଣୀ ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ ପ୍ରକାଶ, ଥେରୁବାଲି ସ୍ଥିତ ଚିନ୍ମୟ ବିଦ୍ୟାଳୟର ରେକର୍ଡ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୧୬/୦୭): ପ୍ରକାଶିତ ହୋଇଯାଇଛି ଚାଳିତ ବର୍ଷର ଦଶମ ଶ୍ରେଣୀ ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ l ରାୟଗଡା ଜିଲ୍ଲା ଅନ୍ତର୍ଗତ ଥେରୁବାଲି...

ବୁର୍ଲା ଭିମସାର ରେ ୪ କରୋନା ଯୋଦ୍ଧା କରୋନା ରେ ଆକ୍ରାନ୍ତ

ସମ୍ବଲପୁର (ଓଡିଶା ନ୍ୟୁଜ୨୪ବ୍ୟୁରୋ-୧୬/୦୭): ବୁର୍ଲା ଭୀମସାର ୪ କରୋନା ଯୋଦ୍ଧା ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ୪ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୪ କରୋନା...

କଳାହାଣ୍ଡିରେ ପୁଣି ଦୁଇ କରୋନା ପଜିଟିଭ, ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ପଦକ୍ଷେପ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (୧୫.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ଦୁଇ କରୋନା ପଜିଟିଭ ରିପୋର୍ଟ ଆସିଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଜଣେ ଦିଲ୍ଲୀ...

Recent Comments

%d bloggers like this: