Advertisements
Saturday, July 4, 2020
Home Accidental Death ବକ୍ସାଇଟ ବୋଝେଇ ଟ୍ରକ ଧକ୍କାରେ ଜଣକ ମୄତ୍ୟୁ

ବକ୍ସାଇଟ ବୋଝେଇ ଟ୍ରକ ଧକ୍କାରେ ଜଣକ ମୄତ୍ୟୁ

ରିପୋର୍ଟ: ମଣ୍ଟି ଖରା
ଲକ୍ଷ୍ମୀପୁର(୧୧/୦୬): କଡିଙ୍ଗାମାଳି ବକ୍ସାଇଟ କଞ୍ଚାମାଲ ପରିବହନ ବୋଝେଇ ଟିପର ରାୟଗଡାକୁ ରାତ୍ରି ସମୟରେ ପ୍ରତ୍ୟକ ଦିନ ପରିବହନ କରୁଛି । ଉକ୍ତ କଞ୍ଚାମାଲ୍ ପରିବହନକୁ ବିରୋଧ କରି ରୁଜୁ ମାମଲାରେ ଅଞ୍ଚଳବାସୀ ଅନେକଥର ଜିଲ୍ଲାପ୍ରଶାସନକୁ ଗୁହାରି କଲେ ମଧ୍ୟ ପ୍ରଶାସନ ନିରବ ।

ଆଜି ରାତି କଡିଙ୍ଗାମାଳିଠାରୁ ରାୟଗଡାକୁ କଞ୍ଚାମାଲ୍ ପରିବହନ ସମୟରେ ଦାମଣଗଣ୍ଡା ଗ୍ରାମରେ ଏକ ମଟରସାଇକେଲ୍ ଆରୋହୀ ଦରବେନ୍ଦ୍ର ତୁରୁ୍କ୍ ନାମକ ବ୍ୟକ୍ତିକୁ ବକ୍ସାଇଟ୍ ବୋଝେଇ ଟିପର ଗାଡି ନଂ OD18E-5298 ଧକ୍କା ଦେଇ ଦୃଘଟଣା ଘଟାଈ ରାୟଗଡା ଡମ୍ଫିଙ୍ଗ ଜାଗାକୁ ଯାଇଥିଲା । ଲକ୍ଷ୍ମୀପୁର ପୋଲିସ ଦ୍ୱାରା ଟିପରକୁ ଜବତ ରଖାଯାଇଛି । କିନ୍ତୁ ଏ ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଉକ୍ତ ମୃତ ବ୍ୟକ୍ତିର ଶବ ପଡିରହିଛି । କଡିଙ୍ଗାମାଳିର କୌଣସି କାଯ୍ୟକର୍ତା କିମ୍ବା ପ୍ରଶାସନ ଏହି ମୃତ ବ୍ୟକ୍ତିଙ୍କ ପରିବାରକୁ କୌଣସି ପ୍ରକାର ସହାୟତା କି ସ୍ବାନ୍ତନା ଦେବାପାଇଁ ଆସିନାହାନ୍ତି । ଏଣୁ ଏହି ଦୁର୍ଘଟଣାକୁ ପାଇଁ ଅଞ୍ଚଳବାସୀ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି | ଶେଷରେ ନାରାୟଣପାଟଣା ତହସିଲଦାର ଆସି ମୃତ ବ୍ୟକ୍ତିର ବାପାମାଆଙ୍କୁ ଆଶ୍ୱାସନା ଦେଇଥିଲେ | ଏବଂ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ପୁର୍ବତନ ବିଧାୟକ ଶ୍ରୀଯୁକ୍ତ କୌଳାସ ଚନ୍ଦ୍ର କୁଲେସିକା ଆସି ସମସ୍ତ ରାଜରାସ୍ତା ଅବରୋଧ କରିଥିବା ଲୋକମାନଙ୍କୁ ବୁଝାଇଥିଲେ | ପରେ କୋରାପୁଟ ଡିଆଜି ଆସି ରାଜରାସ୍ତା ଅବରୋଧକୁ ହଟାଇବା ପାଇଁ କହିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସିସି ରାସ୍ତା ଉଦଘାଟନ କଲେ ସାଂସଦ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକାକଲ୍ୟାଣସିଂହପୁର ( ତା ୩/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ର ୩ ଗୋଟି ପଞ୍ଚାୟତ ନାରାୟଣ ପୁର ,ସିଙ୍ଗାରି ଓ...

ଆସଲାମ ଖାନ, ସୋସିଆଲ ମେଡିଆ ସମ୍ପାଦକ ଭାବେ ମନୋନୀତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୪/୦୭): ଭାରତୀୟ ଜାତୀୟ କଂଗ୍ରେସ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସୁପାରିସରେ ଅଭିଷେଖ ମହାନନ୍ଦ ଚେୟାରମ୍ୟାନ(ସୋସିଆଲ ମେଡିଆ ତଥା ଡିଜିଟାଲ...

ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା

ରିପୋର୍ଟ: ତ୍ରିନାଥ ଧୂରୁଆ //ଝରୀଗାଁ(୦୪/୦୭) : ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା କଲା ବାପା, ହତ୍ୟାପରେ...

ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (୩:୭:୨୦୨୦): ପେଟ୍ରୋଲ ଓ ଡିଜେଲର ଦର ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ଆଜି ପ୍ରତିବାଦ...

Recent Comments

%d bloggers like this: