Related Contents

କାର-ବାଇକ ମୁହାଁମୁହିଁ ଧକ୍କା, ଦୁଇ ଆହତ

ରିପୋର୍ଟ: ବିମଳେନ୍ଦୁ ସାହୁ
ଲୋଇସିଂହା(୧୧/୦୬): ଜାତୀୟ ରାଜପଥ ୨୬ ଲୋଇସିଂହା ଥାନା ରୁଗୁଡିଖାଲ ନିକଟରେ ଏକ ବାଇକକୁ କାର ଧକ୍କା ଦେବା ଯୋଗୁଁ ଦୁଇଜଣ ଆହତ ହୋଇଥିବା ଜଣାଯାଇଛି ।

ବରଗଡ଼ରୁ ନିଜ କୁଇଡ଼ କାର ଓଡ଼ି ୧୭ ଜି ୩୫୫୫ ରେ ପୋଲିସ ଅଧିକାରୀ ଦୁର୍ବାଦଲ ମେହେର ଆସୁଥିବା ବେଳେ ବିପରୀତ ପଟରୁ ବରଗଡ଼ ଜିଲା ଭାଲୁପାଳି ଗ୍ରାମର ପି ନାଗେଶ୍ୱର ରାଓ ଏବଂ ମୁନା ପଟେଲ ଏକ ବାଇକରେ(ନ-ଓଡ଼ି ୧୭ ବି ୪୦୮୯) ବରଗଡ଼ ଫେରୁଥିଲେ । ରୁଗୁଡିଖାଲ ନିକଟରେ ହଠାତ କାରର ଆଗ ଚକ ଫାଟିଯିବାରୁ ଭାରସାମ୍ୟ ହରାଇ କାରଟି ବାଇକକୁ ଧକ୍କା ଦେଇ ଓଲଟି ପଡିଥିଲା ।

ଏଥିରେ କାରରେ ବସିଥିବା ଦୁର୍ବାଦଲ ମେହେର ଆହତ ହୋଇଥିବା ବେଳେ ବାଇକରେ ବସିଥିବା ନାଗେଶ୍ୱରଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡିଛି । ଆହତ ମାନେ ଲୋଇସିଂହା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଖବର ମିଳିଛି ।

Leave a Reply

This site uses Akismet to reduce spam. Learn how your comment data is processed.