Thursday, March 28, 2024

Top 5 This Week

Related Posts

ଶ୍ରୀ ମହାବୀର ହନୁମାନଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

ରିପୋର୍ଟ : ନରତ୍ତମ ପାଢୀ
ରାୟଗଡ଼ା, (୨୪/୬) : ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ କୈଳାଶପୁର ଗାଁ ନିକଟରେ ବିରାଜମାନ ଶ୍ରୀ ମହାବୀର ହନୁମାନଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆଜିଠାରୁ ଆରମ୍ଭ ହୋଇଯାଇଛି ।WhatsApp Image 2022 06 24 at 10.47.43 PM ଶ୍ରୀ ମହାବୀର ହନୁମାନଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଦୀର୍ଘ ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଶ୍ରୀ ମହାବୀର ହନୁମାନଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଆଜି ରୀତିନୀତି ଅନୁଯାୟୀ ଗାଁ ନିକଟରେ ଥିବା ନାଳରୁ ୧୦୮ ଟି କଳସରେ ଗଙ୍ଗା ଜଳ ଅଣାଯାଇ ଶତାଧିକ ଶ୍ରଦ୍ଧାଳୁଙ୍କ ଗହଣରେ କଳସ ଶୋଭାଯାତ୍ରା କରାଯାଇଥିଲା । ଆସନ୍ତାକାଲି ଠାରୁ ସମସ୍ତ ରିତିକାନ୍ତି ଅନୁଷ୍ଠିତ ହେବା ସହ ଦୀକ୍ଷା ଗ୍ରହଣ, ଅଙ୍କୁରା ରୋପଣ, ଅଧିବାସ ଓ ଶାଳା ସଂସ୍କାର କାର୍ଯ୍ୟକ୍ରମ ରହିଥିବା ବେଳେ ଦ୍ଵିତୀୟ ଦିନ ସୂର୍ଯ୍ୟପୂଜା, କାରୁଶାଳା କର୍ମ, ସ୍ନାନ, ହୋମ ଓ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ସେହିପରି ତୃତୀୟ ଦିନରେ ଶାଳାଧିଷ୍ଠ ମଣ୍ଡଳାଦି ଦେବତା ପୂଜା, ରତ୍ନମୁଦ, ହୋମ, ପାର୍ଶ୍ୱ ଦେବତା ସ୍ଥାପନ, ପୂର୍ଣାହୁତି, ପୁଷ୍ପାଞ୍ଜଳି ଓ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିବା ଜୟ ବଜରଙ୍ଗ ବାଲି ପୂଜା କମିଟି ତରଫରୁ କୁହାଯାଇଛି ।

ଏହି ହନୁମାନ ମୂର୍ତ୍ତି କେବେଠୁ ଏଠାରେ ସ୍ଥାପିତ ହେଲା ତାହା ସ୍ପଷ୍ଟ ଭାବେ ଜଣାପଡି ନଥିବା ବେଳେ ପାଖାପାଖି ୭ମ ଶତାବ୍ଦୀରୁ ରାଜା ରାଜୁଡା ଅମଳରୁ ଏଠାରେ କେବଳ ହନୁମାନଙ୍କ ପଥର ମୂର୍ତ୍ତି ଥିଲା ପରେ ସ୍ୱପ୍ନାଦେଶ ହେବାରୁ ଶ୍ରୀ ମହାବୀର ହନୁମାନ ଏଠାରେ ପୂଜା ପାଇ ଆସିବା ସହ ବହୁ ବାଧାବିଘ୍ନ ସମୟରେ ଗ୍ରାମକୁ ସାହା ହୋଇଛନ୍ତି ଏବଂ ବହୁ ମାନସିକଧାରୀଙ୍କ ମାନସିକ ମଧ୍ୟ ପୂରଣ ହୋଇଥିବା ଗ୍ରାମ ର ତ୍ରିନାଥ ପରିଚ୍ଛା କହିଥିଲେ । ଉକ୍ତ ମନ୍ଦିର ପ୍ରତିଷ୍ଠା ର ସମସ୍ତ ପୂଜାବିଧି ସହ ସମସ୍ତ କାର୍ଯ୍ୟକ୍ରମ ପୂଜକ ଅନନ୍ତ ଚରଣ ରଥଙ୍କ ନେତୃତ୍ୱରେ ଅନୁଷ୍ଠିତ ହେଉଥିବା ଜଣାପଡିଛି । ମନ୍ଦିର ପ୍ରତିଷ୍ଠା ଅବସରରେ ୨୪ ପ୍ରହର ନାମ ସଂକୀର୍ତ୍ତନ ର ଆୟୋଜନ କରାଯାଇଥିବା ବେଳେ ସମ୍ପୂର୍ଣ୍ଣ କୈଳାଶପୁର ଗ୍ରାମକୁ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି ।

ଉକ୍ତ ପ୍ରତିଷ୍ଠା ଉତ୍ସବକୁ ରୁଦ୍ର ପାଣିଗ୍ରାହୀ, ତ୍ରିନାଥ ପରିଚ୍ଛା, ପ୍ରଶ୍ନ ପୃଷ୍ଟି, ଅଶୋକ କୁମାର ନାୟକ, ପ୍ରତାପ ନାୟକ, ଫାଲଗୁନି ପାତ୍ର, ସୋମନାଥ ନାୟକ ଓ ରାଜି କଣ୍ଡାଗରି ପ୍ରମୁଖ ପରିଚାଳନା କରିଥିବା ବେଳେ ଜୟ ବଜରଙ୍ଗ ବାଲି ପୂଜା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଛନ୍ତି ।

Popular Articles