Advertisements
Saturday, July 4, 2020
Home Government News ଲମତାପୁଟରେ ବିଏସଏଫର ହେଲିପପ୍ୟାଡ୍ ନିର୍ମାଣ ଆରମ୍ଭ

ଲମତାପୁଟରେ ବିଏସଏଫର ହେଲିପପ୍ୟାଡ୍ ନିର୍ମାଣ ଆରମ୍ଭ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ(୧୧/୦୬): କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ଜଲାପୁଟ ଠାରେ ବିଏସଏଫ୧୫ ବାଟାଲିୟନ ଏକ ହେଲିପ୍ୟାଡ୍ ନିର୍ମିତ ହୋଇଛି । କ୍ୟାମ୍ପ ଠାରୁ ୧କିଲୋମିଟର ଦୂରରେ ହାଟପଦା ନିକଟରେ ଖୋଲା ପଡ଼ିଆରେ ହେଲିପ୍ୟାଡ ପାଇଁ ସ୍ଥାନ ନିରୂପଣ ପରେ ବିଏସଏଫ ଯବାନ ମାନେ ଏହାକୁ ପରିସ୍କାର କରିଥିଲେ ।

ବିଏସଏଫର ହେଲିକପ୍ଟର ଓହ୍ଲାଇବା ନେଇ ପଡ଼ିଆର ଚତୁଃପାର୍ଶ୍ଵରେ ବିଭିନ୍ନ ପ୍ରକାର ପରିକ୍ଷା ନିରିକ୍ଷା କରିଥିଲେ । ଯବାନ ମାନେ ହାଟପଦା ନିକଟରେ ଥିବା ପଡ଼ିଆକୁ ସଫା ସୁତୁରା କରିବା ସହ ହେଲିକପ୍ଟର କିପରି ଓହ୍ଲାଇବ ସେଥିପାଇଁ ଦିନ ରାତି କାମରେ ଲାଗିଥିଲେ । ଶେଷରେ ନବନିର୍ମିତ ସ୍ଥାନରେ ଅପରାହ୍ନ ସମୟରେ ବିଭାଗର ହେଲିକପ୍ଟର ଓହ୍ଲାଇଥିଲା । ଅନୁଧ୍ୟାନ କାରି ଟିମ୍ ମଧ୍ୟରେ ଅଗ୍ନିସମ ବିଭାଗ ବିଏସଏଫର ସ୍ୱତନ୍ତ୍ର ଟିମ୍ ରହିଥିଲା । ସୁଚନା ଯୋଗ୍ୟ ଯେ ଓଡ଼ିଶାର ଏହି ଆନ୍ଧ୍ର ସିମାନ୍ତ ଅଞ୍ଚଳରେ ମାଓବାଦୀମାନେ ସକ୍ରୀୟ ରହିଥାନ୍ତି । ଜଲାପୁଟ ଗ୍ରାମ ଆନ୍ଧ୍ର ସିମାନ୍ତରେ ଥିବାରୁ ଏହି ସ୍ଥାନକୁ ବିଏସଏଫ ଯବାନ ଦ୍ଵାରା କୁଂବିଙ୍ଗ୍ କରାଯାଉଛି । କୁମ୍ବିଂ ସମୟରେ ଯବାନ ମାନଙ୍କୁ ଔଷଧ ଓ ଖାଦ୍ୟ ଯୋଗାଣର ଆବଶ୍ୟକତା ରହିଛି ତେଣୁ ବିଭାଗ ପକ୍ଷରୁ ଏ ପଦକ୍ଷେପ ନିଆଯାଇଛି ବୋଲି କୋମାଣ୍ଡାନ୍ଟ କହିଛନ୍ତି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସିସି ରାସ୍ତା ଉଦଘାଟନ କଲେ ସାଂସଦ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକାକଲ୍ୟାଣସିଂହପୁର ( ତା ୩/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ର ୩ ଗୋଟି ପଞ୍ଚାୟତ ନାରାୟଣ ପୁର ,ସିଙ୍ଗାରି ଓ...

ଆସଲାମ ଖାନ, ସୋସିଆଲ ମେଡିଆ ସମ୍ପାଦକ ଭାବେ ମନୋନୀତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୪/୦୭): ଭାରତୀୟ ଜାତୀୟ କଂଗ୍ରେସ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସୁପାରିସରେ ଅଭିଷେଖ ମହାନନ୍ଦ ଚେୟାରମ୍ୟାନ(ସୋସିଆଲ ମେଡିଆ ତଥା ଡିଜିଟାଲ...

ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା

ରିପୋର୍ଟ: ତ୍ରିନାଥ ଧୂରୁଆ //ଝରୀଗାଁ(୦୪/୦୭) : ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା କଲା ବାପା, ହତ୍ୟାପରେ...

ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (୩:୭:୨୦୨୦): ପେଟ୍ରୋଲ ଓ ଡିଜେଲର ଦର ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ଆଜି ପ୍ରତିବାଦ...

Recent Comments

%d bloggers like this: