ଗଣ ସଙ୍ଗଠନ ତରଫରୁ “ଅଗ୍ନିପଥ” ଯୋଜନା ବିରୁଦ୍ଧରେ ପ୍ରତିବାଦ ସଭା ଅନୁଷ୍ଠିତ

0
167
ଗଣ ସଙ୍ଗଠନ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, ତା (୨୪/୬) : ଆଜି ଅଖିଳ ଭାରତ ଛାତ୍ର ସଂଘ, ଆର.ୱ।ଇ.ଏ. , ସି.ପି.ଆଇ. (ଏମ.ଏଲ.) ଲିବରେସନ ର ଗଣ ସଙ୍ଗଠନ ଆନୁକୂଲ୍ୟରେ ଗୁଣପୁର ନୂତନ ବସଷ୍ଟାଣ୍ଡ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ପୁରୁଣା ବସଷ୍ଟାଣ୍ଡ ଠାରେ ଏକ ପ୍ରତିବାଦ ସଭା ର ଆୟୋଜନ କରାଯାଇଥିଲା ।WhatsApp Image 2022 06 24 at 7.58.16 PM ଗଣ ସଙ୍ଗଠନ ତରଫରୁ "ଅଗ୍ନିପଥ" ଯୋଜନା ବିରୁଦ୍ଧରେ ପ୍ରତିବାଦ ସଭା ଅନୁଷ୍ଠିତ

ଗଣ ସଙ୍ଗଠନ ଆନୁକୂଲ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଵ୍ୟକ୍ତା ତ୍ରୀପତି ଗମାଙ୍ଗ ସ୍ପଷ୍ଟ କରିଥିଲେ କି, ସେନାବାହିନୀରେ ଅଗ୍ନିପଥ ନିଯୁକ୍ତି ଯୋଜନା କେନ୍ଦ୍ର ସରକାରଙ୍କ ଯୁବକ ଯୁବତୀ ମାନଙ୍କୁ ଠିକା ନିଯୁକ୍ତି ଦେଇ ଠକିବାର ଏକ ପ୍ରୟାସ ମାତ୍ର । କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ନିଯୁକ୍ତି ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ସାରା ଦେଶରେ ସାମରିକ, ଅର୍ଦ୍ଧ ସାମରିକ ଓ ପୋଲିସ ବିଭାଗରେ କିଛି କିଛି ନିଯୁକ୍ତି ମିଳୁଥିଲା । କିନ୍ତୁ ବର୍ତ୍ତମାନ ମୋଦି ସରକାରଙ୍କ “ଅଗ୍ନିପଥ” ଯୋଜନା ଫଳରେ ସୈନ୍ୟ ବାହିନୀରେ ନିଯୁକ୍ତି ର ସମ୍ଭାବନା ଠପ୍ ହୋଇଯିବ । ଡାକ୍ତର, ଇଞ୍ଜିନିୟର ଠାରୁ ଆରମ୍ଭ କରି ସଫେଇ କର୍ମଚାରୀ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଠିକା ନିଯୁକ୍ତି ଯୁବ ସମାଜ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ।

ଜୟ ଜଵାନ, ଜୟ କିଷାନ ସ୍ଲୋଗାନ ଦେଇ ଯୁଵ ଗୋଷ୍ଠୀକୁ ଭକୁଆ ବନାଇବାକୁ କେନ୍ଦ୍ର ର ମୋଦି ସରକାର ପ୍ରୟାସ କରୁଛି ବୋଲି ବକ୍ତା ମାନେ ନିଜ ନିଜ ଅଭିଭାଷଣରେ କହିଥିଲେ । ଫଳରେ ଚାରିବର୍ଷ ପରେ ଏହି ଯୁବକ ମାନେ ବେକାର ହୋଇଯିଵେ ଓ ଦେଶପାଇଁ ଆତ୍ମବଳିଦାନ କରିବାକୁ ନିରୁତ୍ସାହିତ ହେଵେ । ଯାହା ଫଳରେ ଦେଶ ର ସ୍ୱାଧୀନତା ଅନ୍ଧକାର ମଧ୍ୟକୁ ଠେଲି ହୋଇଯିବ ।

ତେଣୁ ତୁରନ୍ତ ଅଗ୍ନିପଥ ଯୋଜନା ବାତିଲ କରାଯାଉ, ଭାରତର ସର୍ଵଭୈ।ମତ୍ଵକୁ ରକ୍ଷା କରିବା ପାଇଁ ସୁନିଶ୍ଚିତ ସେନାବାହିନୀରେ ନିଯୁକ୍ତି ଦିଆଯାଉ, ଠିକା ନିଯୁକ୍ତି ପ୍ରଥା ବିଲୁପ୍ତ କରାଯାଉ, ଜୀବନ ର ପ୍ରମୁଖ ସମୟ ସେନାବାହିନୀରେ ବିନିଯୋଗ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ଅଵସର ପରେ ପେନସନ ପ୍ରଦାନ ସୁନିଶ୍ଚିତ କରାଯାଉ, ଗଣତାନ୍ତ୍ରିକ ଆନ୍ଦୋଳନ କରୁଥିବା ଯୁବକ ମାନଙ୍କ ନାମରେ ହୋଇଥିବା କେସକୁ ପ୍ରତ୍ୟାହାର କରାଯାଉ ଏପରି ଆଠ ଦଫା ଦାବି ନେଇ ଆଜିର ଏହି ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା ।

ଏହି ପ୍ରତିବାଦ ସଭାକୁ ତ୍ରୀପତୀ ଗମାଙ୍ଗ ପରିଚାଳନା କରିଥିବା ବେଳେ ଅସାମାବିନ ଶଵର, ସଞ୍ଜିବ ଶଵର, ରଶ୍ମି ଶଵର, ଯାତ୍ରା ଶଵର, ଏଲିସାୟ ଶଵର, ସିମନ ଶଵର, ଅନାସିମ ଶଵର, କିସାନ ସିଂ ଦଳବେହେରା ପ୍ରମୁଖ ସହଯୋଗ କରିଥିଲେ । ତେବେ ଏହି ତିନି ଦଳ ର ଦାବି ସମୁହକୁ କେନ୍ଦ୍ର ସରକାର କେତେ ଗୁରୁତ୍ୱ ଦେଉଛନ୍ତି ଦେଖିବାକୁ ବାକି ରହିଲା ।