Related Contents

ଈଛାପଡାରେ ବଜ୍ରଘାତରେ ଯୁବକ ମୃତ, ଦୁଇ ଗୁରୁତର

ରିପୋର୍ଟ: ଭଗବାନ ମହାନ୍ତି/ନିମାଇଁ ଚରଣ ବଘାର
ମୁରିବାହାଲ(୧୧/୦୬): ମୁରିବାହାଲ ବ୍ଲକ ଈଛାପଡା ଗ୍ରାମରେ ବଜ୍ରଘାତ ଘଟି ବାବରୁ ବାହନ ଝାଙ୍କର(୨୦)ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଥିବାବେଳେ ତାଙ୍କର ଅଜା ଯୁଗ ଝାଙ୍କର (୫୫) ଓ ସମ୍ପର୍କୀୟ ଭାଉଜ ଲକ୍ଷ୍ମୀ ଝାଙ୍କର (୩୫) ଗୁରୁତର ହୋଇଥିଲେ |

ଖେତକୁ ମହୁଲ ଟୋଲ ସଂଗ୍ରହ କରିବାକୁ ଯାଇଥିବା ସମୟରେ କାଳ ବୈଶାଖୀ ସହ ବର୍ଷା ଓ ବଜ୍ରଘାତ ହୋଇଥିଲା | ଘଟଣାସ୍ଥଳରେ ବବୁରୁ ଟଳି ପଡିଥିବା ବେଳେ ଅଜା ଓ ଭାଉଜଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନିଆଯାଇ ଭର୍ତ୍ତି କରାଯାଇଥିଲା | ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି କଣ୍ଟାବାଞ୍ଜି ପଠାଇଥିଲେ | ମିଳିଥିବା ସୂଚନା ଅନୁସାରେ ଭର୍ତ୍ତି ହେଇଥିବା ସମ୍ପର୍କୀୟା ଭଲ ଅଛନ୍ତି | ସୂଚନା ଅନୁସାରେ ମୁରିବାହାଲ ତହସିଲଦାର ଅମୃତଲାଲ ବେହେରା ସ୍ଥାନୀୟ ଭାରପ୍ରାପ୍ତ ଆର ଆଇ ଇଚ୍ଛାପଡ଼ା କୁଶଳ ବେହେରାଙ୍କୁ ଘଟଣା ସ୍ଥଳକୁ ପଠାଇଥିଲେ | ତଦନ୍ତ ପରେ ସରକାରୀ ନିୟମ ଅନୁସାରେ ସହାୟତା ଦିଆଯିବ ବୋଲି ଶ୍ରୀ ବେହେରା କହିଛନ୍ତି |

Leave a Reply

This site uses Akismet to reduce spam. Learn how your comment data is processed.