Related Contents

ଟ୍ରକ ମାଲିକ ସଂଘର ଦାବି ଆଗରେ ଜ଼ିଲ୍ଲା ପ୍ରସାଶନ ନତ ମସ୍ତକ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିସଙ୍କ
ରାୟଗଡା(୧୧/୦୬): ରାୟଗଡ଼ ସହର ମଧ୍ୟକୁ ଭରି ଯାନ ନୋ ଏଣ୍ଟ୍ରି ଜୋନକୁ ପ୍ରବେଶ ପାଇଁ ଜ଼ିଲ୍ଲା ପ୍ରଶାସନ ନିୟମକୁ କୋହଳ କରିଛି | ଟ୍ରକ ମାଲିକ ସଂଘର ଦାବିକୁ ଜ଼ିଲ୍ଲା ପ୍ରସାଶନ ମାନି ତାଙ୍କ ଆଗରେ ନତମସ୍ତକ ହୋଇ ପୁଣି ରାୟଗଡା ସହର ମଧ୍ୟରେ ଭରି ଯାନ ଟ୍ରକ ଚଳାଚଳ ପାଇଁ ଅନୁମତି ଦେଇଛି |

ରାୟଗଡ଼ର ତତ୍କାଳୀନ ଜ଼ିଲ୍ଲାପାଳ ଶ୍ରୀମତୀ ଗୁହା ପୂନମ ତାପସ କୁମାର ରାୟଗଡ଼ ସହରରେ ଟ୍ରାଫିକ ସମସ୍ୟା ଅନୁଭବ କରି ସହର ମଧ୍ୟ୍ୟ ଦେଇ ଭାରିଯାନ ଚଳାଚଳ ଉପରେ ନିୟଂତ୍ରଣ କରିଥିଲେ | ପୁଣି ଟ୍ରକ ମଧ୍ୟ୍ୟ ଚଳାଚଳ କରିଥିଲା କିନ୍ତୁ ଗତ ମାସରେ ଏକ ୧୫ବର୍ଷର ଛାତ୍ରର ଟ୍ରକ ଧକ୍କାରେ ମୃତ୍ୟୁ ବରଣ ପରେ ସହରର ବୁଦ୍ଧିଜୀବି ଓକିଲ ଛାତ୍ରଛାତ୍ରୀ ସାମ୍ବାଦିକ ଓ ଜନସାଧାରଣଙ୍କ ଦାବି ଫଳରେ ଜ଼ିଲ୍ଲା ପ୍ରସାଶନ ସକାଳ ୭ରୁ ରାତ୍ର ୧୦ଘଣ୍ଟା ମଧ୍ୟରେ ସହରକୁ ଭରି ଯାନ ପ୍ରବେଶ ପାଇଁ କଟକଣା ଜାରି କରିଥିଲେ | ହଠାତ କିନ୍ତୁ ନିର୍ବାଚନର ଫଳାଫଳ ଘୋଷଣା ପରେ ରାଜନୀତିକ ଚାପ ସାଙ୍ଗକୁ ଶିଳ୍ପପତି ଓ ଟ୍ରକ ମାଲିକଙ୍କ ଚାପରେ ଟ୍ରକ ମାଲିକଙ୍କ ସ୍ୱାର୍ଥ ନିମନ୍ତେ ସହର ମଧ୍ୟକୁ ଭରି ଯାନ ଚଳାଚଳ ନିୟମରେ କୋହଳ କରିଛି | ସକାଳ ୧୦ଘଣ୍ଟାରୁ ୧୨ଘଣ୍ଟା ଓ ଅପରାହ୍ନ ୨ଘଣ୍ଟା ରୁ ୪ଘଣ୍ଟା ମଧ୍ୟରେ ଭରି ଯାନ ଚଳାଚଳ ପାଇଁ ଅନୁମତି ଦେଇଛି | କାହାରି ଚାପରେ ଜ଼ିଲ୍ଲା ପ୍ରସାଶନ ଏପରି ନିଷ୍ପତି ନେଲେ ବୋଲି ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ମାତ୍ର ରାୟଗଡ଼ ଜ଼ିଲ୍ଲା ବିଜେଡିର ସୁପ୍ରିମୋ ତଥା ରାଜ୍ୟସଭା ସାଂସଦ ଶ୍ରୀ ଏନ୍ ଭାସ୍କର ରାଓ କହିଛନ୍ତି ସହର ମଧ୍ୟରେ ଭାରି ଯାନ ଚଳାଚଳ କରିଲେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବନାହିଁ ବୋଲି କହିଛନ୍ତି | ସହରର ବୁଦ୍ଧିଜୀବି ତଥା ବହୁ ଓକିଲ ବନ୍ଧୁ ମିଡ଼ିଆ ବନ୍ଧୁ ଜନସାଧାରଣ ସାଂସଦଙ୍କ ଏପରି ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ଓ ସହର ମଧ୍ୟକୁ ଭାରି ଯାନ ଚଳାଚଳ ପାଇଁ ଯେଉଁ ଅନୁମତି ଜ଼ିଲ୍ଲା ପ୍ରସାଶନ ଚାପର ବଶବର୍ତ୍ତୀ ହୋଇ ଦଇଛି ତାହାର ମୁକାବିଲା ପାଇଁ ଜସାଧାରଣ ପ୍ରସ୍ତୁତ ହେବାରେ ଲାଗିପଡିଛନ୍ତି | ଘଟଣାରୁ ପ୍ରକାଶ ଯେ ପ୍ରତିମାସରେ ମାଲବାହୀ ଟ୍ରକ ସହର ଭିତର ଦେଇ ଯିବାରୁ ୧୦ରୁ ଉର୍ଧ୍ଵ ଦୁର୍ଘଟଣା ଘଟିଛି ଓ ଅଳ୍ପଦିନ ତଳେ ଗତ ମାସରେ ଏକ ୯ମ ଶ୍ରେଣୀ ସ୍କୁଲ ଛାତ୍ରର ଟ୍ରକ ଧକ୍କାରେ କପିଳାସ ଛକ ଠାରେ ମୃତ୍ୟୁ ବରଣ କରିଥିଲା | ଏଥିପାଇଁ ଜନସଧାରଣ ତଥା ବିଭିନ୍ନ ସଂଗଠନର ଦାବି କରିବା ଦ୍ୱାରା ଜ଼ିଲ୍ଲା ପ୍ରସାଶନ ଟ୍ରାଫିକ ନିୟନ୍ତ୍ରଣ ଓ ଦୁର୍ଘଟଣା ରୋକିବା ନିମତେ ସହର ମଧ୍ୟକୁ ଭାରି ଯାନ ସକାଳ ୭ରୁ ରାତ୍ର ୧୦ଘଣ୍ଟା ମଧ୍ୟରେ ପ୍ରବେଶ ପାଇଁ କଟକଣା ଜାରିକରିଥିଲେ | କିନ୍ତୁ ଚାପର ବଶବର୍ତ୍ତୀ ହୋଇ ଜ଼ିଲ୍ଲା ପ୍ରସାଶନ ଏକ ବୈଠକ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡାକିଥିଲେ | ଏହି ସମ୍ମିଳନୀରେ ଜ଼ିଲ୍ଲାପାଳ ଅଧକ୍ଷତା କରିଥିଲେ | ଏଥିରେ ଜ଼ିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଡାକ୍ତର ଶ୍ରବଣ ବିବେକ ଏମ, ଆରଟିଓ ଦିଲ୍ଲୀପ ଦଳାଇ, ରାଜ୍ୟ ସଭା ସାଂସଦ ଶ୍ରୀ ଏନ ଭାସ୍କର ରାଓ, ଟ୍ରକ ସଂଘର କର୍ମକର୍ତା ଯୋଗ ଦେଇଥିଲେ | ଏହି ସମ୍ମିଳନୀରେ ସହର ମଧ୍ୟ୍ୟ ଦେଇ ଭାରି ଯାନ ପ୍ରବେଶ ପାଇଁ ଦିନରେ ୪ଘଣ୍ଟା ସମୟ ଦେବା ନିୟମକୁ ଜ଼ିଲ୍ଲା ପ୍ରଶାସନର ନିଷ୍ପତି ପରିବର୍ତନ କରିବା ଉଚିତ ହୋଇନି ବୋଲି ବୈଠକରେ ବିରୋଧୀ ଆଭାସ ସୃଷ୍ଟି ହୋଇଥିଲା | ଏହି ନିଷ୍ପତି ଆଗମୀ ଦିନରେ ଜ଼ିଲ୍ଲା ପ୍ରଶାସନ କୁ ବହୁ ମହଙ୍ଗା ପଡିବ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ଜନସାଧାରଣ ସୂଚନା ଦେଉଛନ୍ତି | ବାଇପାସ ରାସ୍ତା ନିର୍ମାଣରେ ବିଳମ୍ବ ଥିବାରୁ ଟ୍ରାଫିକ ପରିଚାଳନାରେ ପୋଲିସକୁ ନାକେଦମ ହେବାକୁ ପଡୁଛି | ଏହି ସମସ୍ୟା ପ୍ରତି ଦୃଷ୍ଟି ନ ଦେଇ ନୋ ଏଣ୍ଟ୍ରି ନିୟମ ପରିବର୍ତନ ଆଣିବା ଠିକ ନୁହଁ କିନ୍ତୁ ବାଇପାସ ନିର୍ମାଣ ପାଇଁ ରାଜନେତା କିମ୍ବା ଜ଼ିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଉନାହାନ୍ତି ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି | ନୋ ଏଣ୍ଟ୍ରି ନିୟମ କୁ ବଦଳାଇବା ଆଗାମୀ ଦିନରେ ଉଚିତ ଜବାବ ଦେବେ ବୋଲି ବହୁ ବୁଦ୍ଧିଜୀବି ମତ ରଖୁଛନ୍ତି |

Comments are closed.