Related Contents

କରଡା ପଂଚାୟତର ନୀଳମାଧଵ ଜଙ୍ଗଲରେ ଛୁଆ ହାତୀର ମୃତ୍ୟୁ

ରିପୋର୍ଟ: ଜଗଦୀଶ ଦାସ
ରାଇକିଆ(୧୦/୦୬): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ କରଡା ପଂଚାୟତ ନୀଳମାଧଵ ଜଙ୍ଗଲରେ ଛୁଆ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି |

ଦନ୍ତା ହାତୀ ଓ ମାଈ ହାତୀ ଲଢେଇ ସମୟରେ ବେଳେ ମଝିରେ ପଶି ଯାଇଥିଲା ଛୁଆ ହାତୀ, ଯାହାଫଳରେ ଦନ୍ତା ହାତୀର ଆଘାତରେ ଛୁଆ ହାତୀର ମୃତ୍ୟୁ ହୋଇଥିବା ବନ ବିଭାଗ ସୂଚନା ଦେଇଛି | ଏ ଅଂଚଳରେ ପ୍ରାୟ ୧୦ ରୁ ଉର୍ଦ୍ଧ ହାତୀ ଥିବା ଜଣାପଡିଛି |ମାଈ ହାତୀ ଓ ଦନ୍ତା ହାତୀ ଲଢେଇ ସମୟରେ ଛୁଆ ହାତୀ ମଝି ଅଂଶକୁ ଚାଲିଯାଇଥିଲା, ଫଳରେ ଦାନ୍ତର ଦାନ୍ତ ଛୁଆ ହାତୀର ପେଟରେ ପଶି ଯିବା ଫଳରେ ଛୁଆ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି | ରାଇକିଆ ପ୍ରାଣୀ ଚିକିତ୍ସା ଅଧିକାରୀ ଛୁଆ ହାତୀ (ଯାହାର ବୟସ ଦେଢ଼ ବର୍ଷ ହେବ)ର ଶବକୁ ପୋତା ଯାଇଥିବା ସୂଚନା ଦେଇଛନ୍ତି ରାଇକିଆ ବନାଞ୍ଚଳ ଅଧିକାରୀ |

Comments are closed.