Thursday, March 28, 2024

Top 5 This Week

Related Posts

କୋଭିଡ ପରୀକ୍ଷା କେନ୍ଦ୍ରରେ ତାଲା : ରୋଗୀ ଦୁର୍ଦ୍ଦଶା ର ଶିକାର ନେଇ କାର୍ଯ୍ୟାନୁଷ୍ଠାନ ଦାବି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, ତା (୨୪/୦୭) : ବର୍ତ୍ତମାନ ସୁଦ୍ଧା କୋଭିଡ-୧୯ ନିୟମ ସରକାରୀ ଭାବେ ପାଳନ କରିବା ସରକାରୀ ନିର୍ଦ୍ଦେଶ ରହିଥିବା ବେଳେ ତା’ର ଖୋଲା ଖୋଲି ଉଲଂଘନ କରାଯିବା ଅଭିଯୋଗ ହୋଇଛି । କୋଭିଡ ପରୀକ୍ଷା କେନ୍ଦ୍ରରେ ତାଲା ଝୁଲୁଛି । କୋଭିଡ ପରୀକ୍ଷା

ସୂଚନା ଅନୁଯାୟୀ ଟିଟିଲାଗଡ଼ ସବ୍ଡିଭିଜନାଲ ସରକାରୀ ଡାକ୍ତରଖାନାରେ କୋଭିଡ ଟୀକା ସହ ପରିକ୍ଷଣ ପାଇଁ ସ୍ୱତନ୍ତ୍ର କୋଭିଡ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇ ଥିବାବେଳେ ଉକ୍ତ କେନ୍ଦ୍ର ମନମୁଖୀ ଭାବେ ଖୋଲିବା ଓ ବନ୍ଦ କରାଯାଉ ଥିବା ଯୋଗୁଁ ସାଧାରଣ ଓ ଗୁରୁତର ରୋଗୀ ଏହି ପରୀକ୍ଷା କରି ନ ପାରି ଦୁର୍ଦ୍ଦଶା ର ଶିକାର ହେଉଛନ୍ତି ।

ପ୍ରକାଶ ଯେ, ଟିଟିଲାଗଡ ଡାକ୍ତରଖାନା କୁ ସଞ୍ଜୟ ବାଗ ନାମକ ଜଣେ ଯୁବକ ଜ୍ୱର ହେବା ଯୋଗୁଁ ଯାଇଥିବା ବେଳେ ଉପସ୍ଥିତ ଡାକ୍ତରଖାନା ର ମ୍ୟାଡିକାଲ ଅଫିସର ଡ଼ଃ କୃଷ୍ଣଚନ୍ଦ୍ର ପାଲ ଏହି ପରୀକ୍ଷା ପାଇଁ ପଠେଇ ଥିବା ବେଳେ କେହି କର୍ମଚାରୀ ନ ଥିବା ଯୋଗୁଁ ଫେରିଥିଲେ । ହେଲେ ବିନା ପରିକ୍ଷଣରେ ଭର୍ତ୍ତି ଅବା ଔଷଧ ପ୍ରଦାନ କରିବା ଉଚିତ ନ ଥିବାରୁ ଆଜି ସକାଳୁ ସେ ଜଗିଥିଲେ ସୁଦ୍ଧା କର୍ମଚାରୀଙ୍କ ଦେଖା ନାହିଁ । ଏ ନେଇ ତୁରନ୍ତ ବିଭାଗୀୟ ମୁଖ୍ୟ ଦୃଷ୍ଟି ଦେବାକୁ ଦାବି ହେଉଛି ।

Popular Articles