ପିଏସ ବିରଞ୍ଚି ସାହୁ ଙ୍କ ରିମାଣ୍ଡ ଅବଧି ସରିଲା,ଜେଲ୍ ହାଜତକୁ ଗଲେ : ସ୍ତ୍ରୀ କରାଇଛନ୍ତି ୯୦୦ ପଲିସି

0
181

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୭/୦୮) : ଜେଲ୍ ଗଲେ କୋଟିପତି ପିଏସ ବିରଞ୍ଚି ସାହୁ । ଗିରଫ ପରେ ତାଙ୍କ ଆୟବର୍ହିଭୂତ ସମ୍ପତିର ଅଧିକ ତଦନ୍ତ ପାଇଁ ଚାରି ଦିନିଆ ରିମାଣ୍ଡରେ ଆଣିଥିଲା ଭିଜିଲାନ୍ସ । ଶୁକ୍ରବାର ରିମାଣ୍ଡ ଅବଧି ସରିବାପରେ ତାଙ୍କୁ ପୁଣି ଥରେ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।

ରିମାଣ୍ଡ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଭିଜିଲାନ୍ସ ଏସପିଙ୍କ ଠାରୁ ସୂଚନା ମିଳିଛି । ପିଏସ ବିରଞ୍ଚି ସାହୁ ଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଉଥିବାବେଳେ ତାଙ୍କ ସ୍ତ୍ରୀ କହିଛନ୍ତି ୯ ଶହ ଜଣଙ୍କ ପଲିସି କରିଥିବା ଜଣାଯାଇଛି । ସେଥି ମଧ୍ୟରୁ ୨୧ଜଣ ଚାକରି ପାଇଁ ଆବଦେନ କରିଥିବା ବ୍ୟକ୍ତି ପଲିସି କରିଥିବା ସୂଚନା ମିଳିଛିି ।

ବିରଞ୍ଚିଙ୍କ ଆୟବହିର୍ଭୂତ ସମ୍ପତ୍ତି ପରିମାଣ ୩ କୋଟି ୫୧ ଟଙ୍କା ହୋଇଥିବା ବେଳେ ଏହା ପ୍ରକୃତ ସମ୍ପତ୍ତି ଠାରୁ ବହୁ ଗୁଣ ବୋଲି ଆକଳନ କରାଯାଇଛି । ଏହା ସହ ଗତ ୩୦ ତାରିଖରେ ନିଳାଦ୍ରି ବିହାର ସ୍ଥିତ ତାଙ୍କ ଘରୁ ଚଢାଉ ବେଳେ ୧୧୪ଟି ଆଡମିଟ କାର୍ଡ ଜବତ ହୋଇଥିଲା । ସେଥି ମଧ୍ୟରୁ ୧୦୭ଜଣ କେଉଁଠି ଚାକିରୀ ପାଇ ନଥିବା ତଦନ୍ତରୁ ଜଣା ପଡିଛି । ଅବଶିଷ୍ଟ ୭ଜଣକୁ ନେଇ ଯାଞ୍ଚ କରାଯାଉଛି ।

ବିରଞ୍ଚିଙ୍କ ଅନେକଗୁଡିଏ ଅଣ୍ଡର ଭ୍ୟାଲୁ ପ୍ରପଟି ରହିଛି ବୋଲି ସୂଚନା ମିଳିଛି । ମନି ଲଣ୍ଡ୍ରିଙ୍ଗ ନେଇ ଇଡି ତଦନ୍ତ କରୁଛି, ସେ ଦିଗରେ ଭିଜିଲାନ୍ସ ବି ନଜର ରଖିଛି ବୋଲି ଶୁକ୍ରବାର ଗଣମାଧ୍ୟମକୁ କହିଛନ୍ତି ଭିଜିଲାନ୍ସ ଏସପି ଆର୍ ପ୍ରକାଶ । ସେପଟେ ପତ୍ନୀ ଓ ସଢ଼ୁ ଏବେ ବି ଫେରାର ରହିଥିବା ସୂଚନା ମିଳିଛି ।

ସରକାରୀ ଚାକିରି ବ୍ୟତିତ ଇନସ୍ୟୁରାନ୍ସ ଏଜେଣ୍ଟ କାମ ବି କରୁଥିଲେ । ତାଙ୍କ ପତ୍ନୀଙ୍କ ନାମରେ ହୋଇଥିବା କୋର୍ଡରେ ସେ ଇନସ୍ୟୁରାନ୍ସ ପଲିସି ପକାଉଥିଲେ । ଫଳରେ ତାଙ୍କ ପତ୍ନୀଙ୍କୁ ମୋଟା ଅଙ୍କର କମିଶନ ମଧ୍ୟ ମିଳୁଥିଲା । ତେଣୁ ତାଙ୍କ ଘରୁ ମିଳିଥିବା ଟଙ୍କା ସେ କେଉଁଠି ପୁଞ୍ଜି ନିବେଶ, ଅନୈତିକ ଉପାର୍ଜନ ଆଉ ଆୟ ବ୍ୟୟର ଆକଳନ ଏହି ତିନିଟି ତଥ୍ୟ ହାସଲ ପାଇଁ ବିରଞ୍ଚିଙ୍କୁ ରିମାଣ୍ଡରେ ଆଣିଥିଲା ଭିଜିଲାନ୍ସ ।

ପଚରାଉଚରାରୁ ସ୍ପଷ୍ଟ ହୋଇଛି ଯେ ବିରଞ୍ଚିଙ୍କ ଅନେକଗୁଡିଏ ଅଣ୍ଡର ଭ୍ୟାଲୁ ପ୍ରପର୍ଟି ରହିଛି, ଯାହାର ମୂଲ୍ୟ ଆଗକୁ ବଢିପାରେ । ଇନ୍ସ୍ୟୁରାନ୍ସ ପଲିସି କରିବାରେ ଆକ୍ଟିଭ ଥିଲେ ବିରଞ୍ଚି । ସେ ସ୍ତ୍ରୀଙ୍କ ଆଢୁଆଳରେ ମୋଟ ୯୦୦ଟି ଇନ୍ସୁରାନ୍ସ କରାଇଥିଲେ । ସେଥିମଧ୍ୟରୁ ୨୧ଜଣ ପ୍ରାର୍ଥୀ ପଲିସି କରିଛନ୍ତି । କେବେ ଓ କାହିଁକି କଲେ ସେ ବାବଦରେ ଅଧିକ ଖୋଳତାଡ଼ ହେଉଛି ।

ଖାଲି ସେତିକି ନୁହେଁ, ସେମାନେ ଚାକିରି କରିଛନ୍ତି କି ନାହିଁ ସେ ବାବଦରେ ତଦନ୍ତ ଚାଲିଛି । ମନି ଲଣ୍ଡ୍ରିଙ୍ଗ ନେଇ ଇଡି ତଦନ୍ତ କରୁଛି, ସେ ଦିଗରେ ଭିଜିଲାନ୍ସ ବି ନଜର ରଖିଛି । ଏବେ ଭିଜିଲାନ୍ସ ସ୍କାନରରେ ଅନେକ ଲୋକ ଅଛନ୍ତି । ସବୁ ଦିଗରୁ ତଦନ୍ତ ଚାଲିଛି, କେତେବେଳେ କାହାକୁ ବି ଡାକିକି ପଚରାଉଚରା କରାଯାଇପାରେ ବୋଲି ଭିଜିଲାନ୍ସ ଏସ୍ପି କହିଛନ୍ତି ।