ଉଚ୍ଚ ରକ୍ତଚାପ ହ୍ରାସ କରିବା ପାଇଁ ଘରୋଇ ଉପଚାର

0
130
ଉଚ୍ଚ

ଉପସ୍ଥାପନା : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୨୪/୦୬) : ଆଜିର ବ୍ୟସ୍ତବହୁଳ ଜୀବନରେ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ବହୁ ସଂଖ୍ୟକ ଲୋକଙ୍କୁ ଶିକାର କରିଛି । ଲୋକମାନେ ଅନେକ ପ୍ରକାର ର ଔଷଧ ସେବନ କରନ୍ତି, ତଥାପି ମୁକ୍ତି ମିଳେ ନାହିଁ । ଏହି ରୋଗ ଶରୀର ଭିତରେ ଅନେକ ଉପାୟରେ କ୍ଷତି ପହଞ୍ଚାଇଥାଏ । ଜୀବନଶୈଳୀରେ ପରିବର୍ତ୍ତନ କରି ଆମେ ଏହି ରୋଗରୁ ଆରାମ ପାଇପାରିବା । ଏଥିସହ ଏହି ରୋଗ ଦୂର କରିବାରେ ସାହାଯ୍ୟ କରିବା ପାଇଁ ଅନେକ ଘରୋଇ ଉପଚାର ମଧ୍ୟ ରହିଛି । ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ

ଗୋଲମରିଚ – ଉଚ୍ଚ ରକ୍ତଚାପ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗୋଲମରିଚ ବହୁ ମାତ୍ରାରେ ସାହାଯ୍ୟ କରିଥାଏ । ଆୟୁର୍ବେଦିକ ଡ଼ାକ୍ତରଙ୍କ କହିବାନୁସାରେ, ଯେତେବେଳେ ହଠାତ୍ ରକ୍ତଚାପ ବଢିବାରେ ଲାଗେ, ସେତେବେଳେ ଗୋଲମରିଚ ଗୁଣ୍ଡ ସହିତ ଅଧା ଗ୍ଲାସ୍ ପାଣି ମିଶାଇ ପିଇଲେ ଆରାମ ମିଳେ । ଯେଉଁମାନଙ୍କର ଏହି ପ୍ରକାର ର ସମସ୍ୟା ଅଛି, ସେମାନେ ନିଜ ଖାଦ୍ୟରେ ଗୋଲମରିଚ ଖାଇବା ଉଚିତ୍ । ଏହା କରିବା ଦ୍ୱାରା ହଜମ ପ୍ରକ୍ରିୟା ସଠିକ୍ ରହିଥାଏ । ଏହା ବ୍ୟତୀତ ଗୋଲମରିଚ ଦାନ୍ତ ଯନ୍ତ୍ରଣା, ଆଖି ଦୃଷ୍ଟିଶକ୍ତି ବଢାଇବା, ଶରୀରରୁ ଫୁଲା କମାଇବା ଭଳି ଅନେକ ରୋଗ ଦୂର କରିଥାଏ ।

ପିଆଜ – କୌଣସି ତରକାରୀ ହେଉ ଅବା ସାଲାଡ୍ ରେ ଆମେ ପିଆଜ ବ୍ୟବହାର କରୁ, ଯାହା ଦ୍ୱାରା ଆମ ପାଟିର ସ୍ୱାଦ ବଜାୟ ରୁହେ । କିନ୍ତୁ ଉଚ୍ଚ ରକ୍ତଚାପ ରୋଗୀମାନେ ମଧ୍ୟ ପିଆଜ ଖାଇବା ବହୁତ ଲାଭଦାୟକ । ପିଆଜ କ୍ୱେରସେଟିନ୍ ନାମକ ଫ୍ଲାଭୋନାଏଡରେ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଆମ ରକ୍ତବାହୀକୁ ପତଳା କରିବାରେ ସାହାଯ୍ୟ କରିଥାଏ । ପିଆଜ ଖାଇବା ଦ୍ୱାରା ତୁରନ୍ତ ରକ୍ତଚାପ କମିଯାଏ । ତେଣୁ ଉଚ୍ଚ ରକ୍ତଚାପ ରୋଗୀକୁ ପିଆଜ ଖାଇବାକୁ ପରାମର୍ଶ ଦିଆଯାଏ ।

ରସୁଣ – ସେହିପରି ରସୁଣ ମଧ୍ୟ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ରସୁଣ ରାନ୍ଧିକି ଖାଇବା ଦ୍ୱାରା ଏହାର ଔଷଧୀୟ ଗୁଣ ନଷ୍ଟ ହୋଇଥାଏ । ରସୁଣକୁ କଞ୍ଚା ସେବନ କରିବା ଦ୍ୱାରା ଏହାର ଲାଭ ଦୁଇଗୁଣ ହୋଇଥାଏ । ଶରୀର ର କୋଲେଷ୍ଟ୍ରଲ୍ ସ୍ତରକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରେ ।

ଅଁଳା – ଅଁଳା ସେବନ ଶରୀରକୁ ଅନେକ ଲାଭ ଦେଇଥାଏ । କେଶ ଠାରୁ ଆଖି ପର୍ଯ୍ୟନ୍ତ ଏହା ସମସ୍ତଙ୍କ ପାଇଁ ଲାଭଦାୟକ ଅଟେ । ଆହୁରି ମଧ୍ୟ ଉଚ୍ଚ ରକ୍ତଚାପ ଭଳି ରୋଗରୁ ଆରାମ ଦେବାରେ ଅଁଳା କାମ କରେ । ଯଦି ଆପଣ ଅଁଳା ଖାଇବାକୁ ପସନ୍ଦ କରନ୍ତି ନାହିଁ, ତେବେ ଆପଣ ଅଧା ଚାମଚ ଅଁଳା ପାଉଡରକୁ ପାଣି ସହ ଖାଇପାରିବେ । ଏହାକୁ ମହୁ ସହିତ ଖାଇବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନରେ ଉନ୍ନତି ହୋଇଥାଏ । ଅଁଳା ରସ ଆମ ଶରୀର ପାଇଁ ମଧ୍ୟ ଲାଭଦାୟକ ।