Related Contents

ନବନିର୍ବାଚିତ ବିଧାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ(୧୦/୦୬): ନବ ନିର୍ବାଚିତ ବିଧାୟକ ରଘୁରାମ ପାଡାଲଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଲମତାପୁଟ ବ୍ଲକ ସଦର ମହକୁମାକୁ ଚଳିତ ବର୍ଷ ନବ ନିର୍ବାଚିତ ବିଧାୟକ ତଥା ରଘୁରାମ ପାଡାଲଙ୍କୁ ସାପ୍ତାହିକ ହାଟରେ ବିପୁଳ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଲମତାପୁଟ ଠାରେ ଥିବା ପିଏଚଡ଼ି ଖେଳ ପଡିଆ ନିକଟରୁ ଆଦିବାସୀ ମାନଙ୍କ ପାରମ୍ପରିକ ବାଦ୍ୟର ଢେମସା ନୃତ୍ୟରେ ସହର ପରିକ୍ରମା କରାଇ ସ୍ବାଗତ କରିଥିଲେ । ବିଧାୟକ ରଘୁରାମ ପାଡାଲ ଲମତାପୁଟ ଅଞ୍ଚଳକୁ ବିକାଶ କରିବାକୁ ପ୍ରତିଶୃତି ଦେଇଥିଲେ । ଦ୍ଵିତୀୟ ଥର ପାଇଁ ନିର୍ବାଚନରେ ଲମତାପୁଟ ଅଞ୍ଚଳରୁ ବିପୁଳ ସଂଖ୍ୟାରେ ଭୋଟ ଦେଇଥିବାରୁ ଅଞ୍ଚଳ ବାସିନ୍ଦାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ପ୍ରତ୍ୟେକ ମାସରେ ମୁଁ ନିଜେ ଆସି ସମିକ୍ଷା କରିବା ସହ ତଦାରଖ କରିବେ ବୋଲି କହିଥିଲେ । ଏହି ସ୍ବାଗତ ସମ୍ବର୍ଦ୍ଧନାରେ ବିଜେଡି ଜିଲ୍ଲା ସଭାପତି ଈଶ୍ବର ପାଣିଗ୍ରାହୀ, ଓବିସି ସେଲ୍ ଅଧ୍ୟକ୍ଷ ସୁନାଧର ଅଡାରି, ପ୍ରସାନ୍ତ କୁମାର ଦାର୍ଲି, ଲଳିତ ଦାର୍ଲି, ଧନୁର୍ଜୟ ଦାର୍ଲି, ମାଧବ ଦୋରାଙ୍କ ସହିତ ଲମତାପୁଟ ଚେୟାରମେନ ଲକ୍ଷ୍ମୀ କୁମାରୀ ହନ୍ତାଳ ଓ ଜିଲ୍ଲା ପରିଷଦ ତୁଳସୀ କ୍ରିସାନି ସହ ଅନେକ ବିଜେଡ଼ି କର୍ମୀମାନେ ଉପସ୍ଥିତ ଥିଲେ |

Comments are closed.