ସ୍ୱର୍ଗତ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ତିରୋଧାନ/ବଳିଦାନ ଦିବସ ଭାଜପା ଗୁଣୁପୁର ଦ୍ୱାରା ପାଳିତ

0
171
ସ୍ୱର୍ଗତ ଶ୍ୟାମା ପ୍ରସାଦ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ରାୟଗଡ଼ା, (୨୪/୦୬) : ଭାରତୀୟ ଜନତା ପାର୍ଟି ଗୁଣପୁର ଦ୍ୱାରା ସ୍ୱର୍ଗତ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ତିରୋଧାନ/ବଳିଦାନ ଦିବସ ପାଳିତ ହୋଇଯାଇଛି ।WhatsApp Image 2022 06 23 at 7.51.57 PM ସ୍ୱର୍ଗତ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ତିରୋଧାନ/ବଳିଦାନ ଦିବସ ଭାଜପା ଗୁଣୁପୁର ଦ୍ୱାରା ପାଳିତ

ସ୍ୱର୍ଗତ ଶ୍ୟାମା ପ୍ରସାଦ ମୁଖାର୍ଜୀ ପ୍ରଥମେ “ଏକ ଦେଶ ମେ ଦୋ ବିଧାନ, ଦୋ ପ୍ରଧାନ, ଦୋ ନିଶାନ ନେହିଁ ଚଲେଙ୍ଗେ” ର ନାରା ଦେଇଥିଲେ ଏବଂ “ଲିଆକୁଏଟ-ନେହେରୁ ଫେକ୍ଟ” ର ବିରୋଧ କରି ନେହେରୁଙ୍କ ମନ୍ତ୍ରୀ ମଣ୍ଡଳରୁ ଇସ୍ତପା ଦେଇଥିଲେ । ଭାରତୀୟ ଜନସଂଘ ର ପ୍ରତିଷ୍ଠାତା, ପ୍ରଚଣ୍ଡ ରାଷ୍ଟ୍ରବାଦୀ, ମହାନ ଶିକ୍ଷାବିତ ଭାରତ ମାତା ର ସୁଯୋଗ୍ୟ ସନ୍ତାନ, ଯିଏ ନିଜକୁ ରାଷ୍ଟ୍ର ର ଅଖଣ୍ଡତା ପାଇଁ ସମର୍ପିତ କରିଥିଲେ ସେ ହେଉଛନ୍ତି ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ । ତାଙ୍କର ପୁଣ୍ୟ ତିଥି ଅବସରରେ ଆଜିର ଏହି କାର୍ଯ୍ୟକ୍ରମ ପାଳନ କରାଯାଇଛି ।

ଏଥିରେ ସହଯୋଗ କରିଥିଲେ ଭାରତୀୟ ଜନତା ପାର୍ଟି ରାୟଗଡା ଜିଲ୍ଲା ଉପସଭାପତି ଶ୍ରୀ ୱାଇ.ଗଣପତି, ନଗର ସଭାପତି ଶ୍ରୀନୁଵାସ ସ୍ୱାଇଁ, ଜଗନାଥପୁର ମଣ୍ଡଳ ସଭାପତି ପୃଥୀବିରାଜ ପାଢି, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଅମର କୁମାର ସାହୁ, ରାଜ୍ୟ ଆଦିବାସୀ ମୋର୍ଚ୍ଚା ସମ୍ପାଦକ ଶ୍ରୀ ବିଦ୍ୟାଧର ଶବର, ନଗର ଯୁବମୋର୍ଚ୍ଚା ସଭାପତି ମୁଖି ଦିବାକର, ନଗର ସାଧାରଣ ସମ୍ପାଦକ ଟିଙ୍କୁ ପଣ୍ଡା, ଜିଲ୍ଲା ପ୍ରତିନିଧି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ବରିଷ୍ଠ ନେତା ସାରଙ୍ଗ ନାଗବଂଶ, ଯୁବ ନେତା ଜୟଦେବ ପଣ୍ଡା, ବରିଷ୍ଠ ନେତ୍ରୀ କେ.ପଦ୍ମା , ଯୁବନେତା ଭାର୍ଗବ, ଯୁବ ନେତା ଅମିତ୍ ଷଡ଼ଙ୍ଗୀ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।