Advertisements
Saturday, July 4, 2020
Home Cultural & Festival ଜ଼ିଲ୍ଲା ସ୍ତରୀୟ କୋୟା ସମାଜର ସମ୍ମିଳନୀ ଉଦଯାପିତ

ଜ଼ିଲ୍ଲା ସ୍ତରୀୟ କୋୟା ସମାଜର ସମ୍ମିଳନୀ ଉଦଯାପିତ

ରିପୋର୍ଟ: ନୟମି ଖରା
ପଡିଆ, ମାଲକାନଗିରି(୧୦/୦୬): ମାଲକାନଗିରି ଜ଼ିଲ୍ଲା ଅନ୍ତର୍ଗତ କଲିମେଳା ମିନିଷ୍ଟାଡିୟମ ଠାରେ କୋୟା ସମାଜର ଜ଼ିଲ୍ଲା ସ୍ତରୀୟ ସମ୍ମିଳନୀ ଉଦଯାପିତ ହୋଇଯାଇଛି | ଏହା ଦୁଇଦିନ ଧରି ଚଲିଥିଲା | ଆଜି ଏହାର ଉଦଯାପନୀ ଦିବସ |

ଏହି ସମ୍ମିଳନୀକୁ ଜ଼ିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ଆଡ଼ମ ରାବ, ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ | ଅନ୍ୟ ମାନଙ୍କ ମଧ୍ୟରେ କାଲିମେଳା ବ୍ଲକ ଅଧକ୍ଷ ମଲା ମାଢ଼ୀ ମାଲକାନଗିରି ବ୍ଲକ ଅଧକ୍ଷ ଅକ୍ଷୟ ନାୟକ ପଡିଆ ବ୍ଲକ ଅଧକ୍ଷ ଦେବା ମାଡକାମୀ କୋରକୁଣ୍ଡା ବ୍ଲକ ଅଧକ୍ଷ ସାବିତ୍ରୀ ପୋଡ଼ିଆମୀ ରାଜ୍ୟ କୋୟା ସମାଜ ସାଧାରଣ ସମ୍ପାଦକ ରବୀନ୍ଦ୍ର ନାଥ ମାଢ଼ୀ ଜ଼ିଲ୍ଲା ଦସବପତି କୃଷ୍ଣା ବୁରୁଦା ଉଦୟ ମାଢ଼ୀ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ | ସର୍ବପ୍ରଥମେ କୋୟା ଆଦିବାସୀଙ୍କ ଆରାଧ୍ୟ ଦେବତା ଆନଲପେନ, ବାଡା ଦେବତା କୁପରଲିଙ୍ଗକୁ ପୂଜା କରି ସଭା କାର୍ଯ୍ୟକ୍ରମ ଆରଂଭ ହୋଇଥିଲା |

ଏହି ସମ୍ମିଳନୀରେ ପୋଡେଶୀ ଆନ୍ଧ୍ର ପ୍ରଦେଶ ତେଲେଙ୍ଗାନା ଛତିଶଗଡ଼ ଓଡିଶାର ବିଭିନ ଜ଼ିଲ୍ଲାରୁ ସହସ୍ରାଧିକ କୋୟା ଆଦିବାସୀ ଭାଇ ଭଉଣୀ ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଧରି ସମ୍ମିଳନୀରେ ଯୋଗଦେଇଥିଲେ କୋୟା ସମାଜ ବ୍ୟତୀତ ଦିଦାୟି ଭୂମିୟା ଦୁରୁଆ ପରଜା ସମାଜ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ | ପରିଶେଷରେ ଆଦିବାସୀ ଯୁବକ ଯୁବତୀଙ୍କ ଦ୍ୱାରା କୋୟା ସିଂଘ ନାଚ ଓ ଢେମସା ନୃତ୍ୟ ପରିବେଷଣ କରାଯାଇଥିଲା | କୋୟା ସମାଜର ବ୍ୟକ୍ତି କିପରି ସରଳ ବିଶ୍ୱାସୀ ଓ ପୋରପୋକାରି ସେମାନଙ୍କୁ କିପରି ମୁଖ୍ୟ ସ୍ରୋତରେ ଆଣିବା ପାଇଁ ମତ ରଖିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (୩:୭:୨୦୨୦): ପେଟ୍ରୋଲ ଓ ଡିଜେଲର ଦର ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ଆଜି ପ୍ରତିବାଦ...

ତୈଳ ଦର ବୃଦ୍ଧି କୁ ନେଇ କଂଗ୍ରେସ ପକ୍ଷରୁ ଦାବି ପତ୍ର

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ //ଲମତାପୁଟ (ତା ୩/୭/୨୦): ବ୍ଲକ କଂଗ୍ରେସ ଦଳ ପକ୍ଷରୁ ତୈଳ ଦର ବୃଦ୍ଧି କୁ ନେଇ ସ୍ଥାନୀୟ ଡାକ ବଙ୍ଗଳା ଛକରୁ ଏକ ପଦ...

କଂଗ୍ରେସର ଚେତାବନୀ ତୈଳଦର ହ୍ରାସ ନ ହେଲେ ଆନ୍ଦୋଳନ ହେବ

ରିପୋର୍ଟ : ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୩/୦୭): ସାରା ବିଶ୍ୱ ଏବେ ମହାମାରୀ କରୋନା କବଳରେ କବଳିତ ହୋଇପଡିଛି । ଜୀବନ ସଂଗ୍ରାମରେ ସମସ୍ତେ କାଳାତିପାତ କରୁଥିବାବେଳେ ଅନେକ...

ରାୟଗଡ ଜିଲ୍ଲାପାଳ ଗୁଣପୁର ଗସ୍ତ ଓ କୋଭିଡ଼ି ସ୍ଥିତିକୁ ସମୀକ୍ଷା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା/ଗୁଣପୁର (ତା.୩/୭): ରାୟଗଡ ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଗୁଣପୁର ଗସ୍ତ ସମୟରେ ରାମନଗୁଡାସ୍ଥିତ ଅସ୍ଥାୟୀ ସଙ୍ଗ ରୋଧ କେନ୍ଦ୍ର ପରିଦର୍ଶନ...

Recent Comments

%d bloggers like this: