Related Contents

କୁଲତା ସମାଜ ବଲାଙ୍ଗୀର ତରଫରୁ ପବିତ୍ର ଶିତଳଷଷ୍ଠୀ ଅବସରରେ ଦହି ପାଣି ବଣ୍ଟନ

ରିପୋର୍ଟ: ଓଡିଶା ନ୍ୟୁଜ୨୪
ବଲାଙ୍ଗୀର(୦୯/୦୬): ଆଜି କୁଲତା ସମାଜ ବଲାଙ୍ଗୀର ଆନୁକୂଲ୍ୟରେ ସଭାପତି ଶ୍ରୀଯୁକ୍ତ ସୁରଥ ପଧାନଙ୍କ ତତ୍ୱାବଧାନରେ ସ୍ଥାନୀୟ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ତଥା ଶୀତଳଷଷ୍ଠୀ ଉପଲକ୍ଷେ ଦହି ପାଣି ବଣ୍ଟନ କରାଯାଇଥିଲା |

ଏହି କାର୍ଯ୍ୟକ୍ରମରେ ସମାଜର ଉପଦେଷ୍ଟା ସଦସ୍ୟ ଶ୍ରୀଯୁକ୍ତ ରାହାସ ବିହାରୀ ମାଝୀ, ଶ୍ରୀଯୁକ୍ତ ପ୍ରଦେଶି ବିଶ୍ୱାଳ ତଥା ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସାହୁ ଉପସ୍ଥିତ ଥିଲେ | ସମାଜର ଉପସଭାପତି କୁଳମଣି ବିଶ୍ୱାଳ, ସମ୍ପାଦକ ଶାନ୍ତନୁ କୁମାର ପାତ୍ର, ସହ ସମ୍ପାଦକ ଅର୍ଜୁନ ପଧାନ, କୋଷାଧ୍ୟକ୍ଷ ବୃଷଭ ସାହୁ, ସଭ୍ୟ ବିକାଶ ଚନ୍ଦ୍ର ପ୍ରଧାନ, ହୃଦାନନ୍ଦ ଭୋଇ ତଥା ସମାଜର ସକ୍ରିୟ ସଦସ୍ୟ ଶାନ୍ତନୁ କୁମାର ଭୋଇ, ରାମଚନ୍ଦ୍ର ଭୋଇ, ସୁଧୀର କୁମାର ଭୋଇ, ବିକାଶ ରଞ୍ଜନ ବାରିକ, ଜିତେନ୍ଦ୍ର ଭୋଇ, ସତ୍ୟବ୍ରତ ଗଡ଼ତିଆ, ନିରଞ୍ଜନ ଗଡ଼ତିଆ, ରହିମ ଭୋଇ ଆଦି ପ୍ରତ୍ୟକ୍ଷ ଭାବରେ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବାରେ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ |

ସେହିପରି ଯୁବଗୋଷ୍ଠୀ ଦହି ପାଣି ବଣ୍ଟନରେ ସହାୟତା କରି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ |

Comments are closed.