Related Contents

ନବ ନିର୍ବାଚିତ ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀଙ୍କୁ ଜୋରଦାର ସ୍ୱାଗତ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ
ମାଲକାନଗିରି ୯/୬:- ଚଳିତ ଲୋକସଭା ନିର୍ବାଚନ ୨୦୧୯ରେ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ନିର୍ବାଚିତ ହେଲାପରେ ପ୍ରଥମ ଥର ପାଇଁ ମାଲକାନଗିରି ଗ୍ରସ୍ତରେ ପହଞ୍ଚିଛନ୍ତି ।

ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସଭାପତି ଏବଂ ପୂର୍ବତନ ବିଧାୟକ ଶ୍ରୀ ମାନସ ମାଡ଼କମିଙ୍କ ନେତୃତ୍ୱରେ ହଜାର ହଜାର ବିଜୁ ଜନତା ଦଳର କର୍ମକର୍ତା ସହ ଜିଲ୍ଲାର ଅନେକ ବିଜୁ ଜନତା ଦଳର ବରିଷ୍ଠ ନେତା ମାନେ ପାଣ୍ଡରିପାଣି ଠାରୁ ସାଂସଦଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ବାଦ୍ୟ,ଵାଜଣା, ନୃତ୍ୟ ଓ ପୁଷ୍ପ ବର୍ଷାର ସମାଗମରେ କର୍ମୀ ମାନେ ସ୍ୱାଗତ ଜଣେଇଥିଲେ।ପରେ ଭୈରଭ ମନ୍ଦିର ଠାରୁ ବିଜେଡ଼ି କର୍ମୀ ମାନେ ବାଇକ ରାଲି କରି ମାଲକାନଗିରି ସଦର ମହକୁମା ଦେଇ ପଟେରୁ,କାଲିମେଳା, ଓ ପଡ଼ିଆ ଆଦି ଅଞ୍ଚଳକୁ ମଧ୍ୟ ଗ୍ରସ୍ତ କରିଥିଲେ। ଏହି ଗ୍ରସ୍ତରେ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି,ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଆଡ଼ମା ରାବା, ଗୋପାଳକୃଷ୍ଣ ପଣ୍ଡା,ପଦ୍ମିନୀ ମୁଦୁଲି,ନୃସିଂହ ଚରଣ ମହାନ୍ତି, ଆଦି ପ୍ରମୁଖ ନେତାଙ୍କ ସହ ହଜାର ହଜାର କର୍ମୀ ଉପସ୍ଥିତ ରହି ନବ ନିର୍ବାଚିତ ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀଙ୍କ ସହ ମାଲକାନଗିରି ଗସ୍ତ କରିଥିଲେ।

Comments are closed.