Related Contents

ବୈପାରୀଗୁଡାରେ କାଳବୈଶାଖ ତାଣ୍ଡବ ଖେଳ-ବିଦ୍ୟୁତ ଖୁଣ୍ଟ, ଗଛପଡି ବାସଘର ନଷ୍ଟ ସହ ଜଣେ ଆହତ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୦୯/୦୬) : ଆଜି ଅପରାହ୍ନ ଚାରିଟା ବେଳେ ବୈପାରୀଗୁଡା ଅଂଚଳରେ କାଳବୈଶଖର ତାଣ୍ଡବ ଦେଖିବାକୁ ମିଳିଥିଲା | ଏହାର ପ୍ରଭାବ ଯୋଗୁଁ ବିଦ୍ୟୁତ ଖୁଣ୍ଟ, ଗଛପତ୍ର ପଡି ବହୁ ବାସଘର ନଷ୍ଟ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି |

ଗୁରୁତର ଯୁବକ ଜଣକ ହଳଦୀ ମାଝୀଗୁଡାର ସୁରେନ୍ଦ୍ର ଟାକ୍ରି ବୋଲି ଜଣାପଡିଛି | ସୁରେନ୍ଦ୍ର ଘରେ ବସିଥିବା ବେଳେ ପବନ ଯୋଗୁଁ ଘର ଟିଣ ଖସି ମୁଣ୍ଡରେ ଆଘାତ ହୋଇଥିଲା | ଏକା ସାଙ୍ଗରେ ଭୀଷଣ ବର୍ଷା ପବନ ଘଡ଼ଘଡ଼ି ବିଜୁଳିର କିଛି ସମୟ ପାଇଁ ତାଣ୍ଡବ ରଚିଥିବା ଖେଳରେ ବୈପାରୀଗୁଡା ଅଂଚଳର ବହୁ ସମ୍ପତି ନଷ୍ଟ ହୋଇଥିବା ଦେଖାଦେଇଛି | ହଳଦୀ ମାଝୀଗୁଡା, କାଠମୀଲ ସାହି, କଲୋନୀଗୁଡା, ହାଇସ୍କୁଲ କଲୋନୀର ଅଧିକାଂଶ ଘର ନଷ୍ଟ ହୋଇଥିବା ବେଳେ ଏଥିରେ ପ୍ରଭାବିତ ହୋଇଥବା ଲୋକଙ୍କର ଚିନ୍ତା ବଢିଯାଇଛି |

କୁନ୍ଦୁରା ରାସ୍ତା ଦୁଇ ପାର୍ଶ୍ୱରେ ଥିବା ଗଛ ଓ ବିଏସଏଫ କ୍ୟାମ୍ପର ଆମ୍ବ ଗଛ ନଷ୍ଟ ହୋଇଥିବା ସୂଚନା ମିଳିବା ପରେ ଅଗ୍ନିଶମ ବିଭାଗ ପହଂଚି ଗଛ କଟା ଆରମ୍ଭ କରିଛନ୍ତି | ବୈପାରୀଗୁଡାର ଅଧିକଂଶ ବିଦ୍ୟୁତ ଖୁଣ୍ଟ ଢଲିଯିବା ଫଳରେ ଏବେ ଏହି ଅଂଚଳରେ ବିଦ୍ୟୁତ ସେବା ଠପ ହୋଇଯାଇଛି | ବିଦ୍ୟୁତ ଖୁଣ୍ଟ ଢ଼ଳିବା ଲାଗି ଗୋଟିଏ କାରଟି ମଧ୍ୟ୍ୟ ନଷ୍ଟ ହୋଇଥିବା ଜଣାପଡିଛି |

Comments are closed.