Related Contents

ବରୀ ମନ୍ଦାରୀ ଅଗ୍ନି କାଣ୍ଡ, ଘର ପୋଡ଼ି ପାଉଁଷ, ବାଦ୍ ପଡି ନାହାନ୍ତି ଗୋମାତା

ରିପୋର୍ଟ: ସତ୍ୟଜିତ ବାରିକ
ଯାଜପୁର(୦୯/୦୬): ଯାଜପୁର ଜିଲ୍ଲା ଵରୀ ବ୍ଲକ୍ ଅଧିନ ମନ୍ଦାରୀ ଗ୍ରାମପଞ୍ଚାୟତ ମେଦୁଆକୂଳ ଗ୍ରାମର ଉଦ୍ଧବ ଚରଣ ବେହେରା, ମଧୁସୂଦନ ଵେହେରା,ପୁରୁଷୋତ୍ତମ ଵେହେରାଙ୍କ ରାତି ପ୍ରାୟ ୧୨ଟା ସମୟରେ ସୋଇଥିବା ଅଵସ୍ଥାରେ ତାଙ୍କ ଘରେ ନିଆଁ ଲାଗି ଯାଇଥିଲା ।

ନିଆଁର ପ୍ରକୋପ ଏତେ ଖୀପ୍ର ଥିଲା ଯେ ଚାହୁଁ,ଚାହୁଁ ନିଆଁ ଚାରି ଆଡକୁ ବ୍ୟାପି ଯାଇଥିଲା । ଘର ଭିତରେ ଥିବା ସମସ୍ତ ଆସବାପତ୍ର ଆଖି ଆଗରେ ପୋଡ଼ି ପାଉଁଷ ହୋଇଗଲା ।ଏମିତି କି ୬ଟି ଗାଈ ମଧ୍ୟ ସେଥିରୁ ବାଦ ପଡ଼ି ନଥିଲେ, ଗାଈ ମାନେ ମଧ୍ୟ ନିଆଁରେ ପୋଡ଼ି ହୋଇ ଜାଇଥିଲେ ।

ବରୀ ଦମକଳ କେନ୍ଦ୍ରର ଗାଡି ଆସିଲା ବେଳକୁ ଘର ଜଳିଯାଇଥିଲା । ହେଲେବି ଦମକଳ ନିଆଁକୁ ଆୟତ କରିଥିଲେ । ଏହି ଘରେ ଭିତରେ ପ୍ରୟ ଆନୁମାନିକ ୫ ଲଷ ଟଙ୍କାର ସମ୍ପତି ଜଳିପାଉଁସ ହୋଇ ଯାଇଛି ଵୋଲି ଘରର ବ୍ୟକ୍ତି ମାନେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଥିଲେ । ପ୍ରକୃତ କେଉଁ କାରଣରୁ ଏପରି ଘଟିଲା ଠିକ୍ ରେ କେହି କହିପାରୁନାହନ୍ତି । ଏହି ଖଵର ପାଇବା ପରେ ମନ୍ଦାରୀ ଗ୍ରାମର ସରପଞ୍ଚ ପହଁଚି ସେମାନଙ୍କୁ ସାହାଯ୍ୟ ମିଳିବ ବୋଲି କହିଛନ୍ତି । ହେଲେ ଏପଯ୍ୟନ୍ତ ପ୍ରଶାସନ ତରଫରୁ କାହାର ଦେଖା ନାହିଁ ଵୋଲି ଗ୍ରାମର ଅଧିବାସୀ ମାନେ କହିଛନ୍ତି | ତୁରନ୍ତ ଏମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ସାଧାରଣ ରେ ଦାବି କରିଛନ୍ତି।

Comments are closed.