Related Contents

ହରଭଂଗା ଗ୍ରାମରେ ନିଆଁଲାଗି କ୍ଷୟକ୍ଷତି

ରିପୋର୍ଟ: ମାଧବ ସାହୁ
ସାଲେଭଟା(୦୯/୦୬): ଆଜି ରବିବାର ଦିନ ୧ଟା ସମୟରେ କୌଣସି କାରଣ ବଶତଃ ନିଆଁଲାଗି ଆଗଲପୁର ବ୍ଲକ ମୁରଶୁଣ୍ଢୀ ଗ୍ରାମ ପଂଚାୟତ ଅନ୍ତର୍ଗତ ହରଭଂଗା ଗ୍ରାମରେ ନିରଞ୍ଜନ ବିଶ୍ୱାଳ, ବୀରବର ବିଶ୍ୱାଳ, ସୁଶାନ୍ତ ବିଶ୍ୱାଳ ତିନି ଭାଇଙ୍କ କ୍ଷେତରେ ଖଳାରେ ନିଆଁଲାଗି କ୍ଷୟକ୍ଷତି ହୋଇଛି |

ଗାଈ ଗୁହାଳ, ଖଳାରେ ଥିବା ଉଠା ଜଳସେଚନ ର ନଳ, ଗୋ ଖାଦ୍ୟ, ପୁଆଳ, ଧାନ ୨ ପ୍ୟାକେଟ ନଷ୍ଟ ହୋଇଯାଇଛି | ମୋଟ ୧୩ଗୋଟି ନାଳରୁ ୩ ଗୋଟି ନଳ ବଂଚିଛି | ବାକିସବୁ ନଳ ପୋଡ଼ିଯାଇଛି | ଦମକଳ ବାହିନୀ ପହଂଚି ପାଇଁ ସିଞ୍ଚନ କରିଛି | ଯାହା ଫଳରେ ନିଆଁକୁ ଆୟତ୍ତ କରାଯାଇପାରିଥିଲା | ପ୍ରାୟ ୩୦ହଜାର ଟଙ୍କାର କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି |

Comments are closed.