Related Contents

ଖପ୍ରାଖୋଲ ବ୍ଲକ ଲାଠୋରରେ ବେଆଇନ କରତକଳ ସହ ଦୋକାନକୁ ଜବତ କଲା ବନବିଭାଗ

ରିପୋର୍ଟ- ଭୋଜରାଜ ବରିହା
ଖପ୍ରାଖୋଲ (୦୯/୦୬): ବଲାଙ୍ଗିର ଜିଲ୍ଳା ଖପ୍ରାଖୋଲ ବ୍ଲକ ଲାଠୋର ଗ୍ରାମରେ ଦୀର୍ଘ ବର୍ଷଧରି ବେଆଇନଭାବେ ଚାଲୁଥିବା ଏକ କରତ କଳ ଏବଂ ଓମ ଫରଣ୍ଣିଚର ଦୋକାନକୁ ବନବିଭାଗ ପଲଙ୍ଗ,କବାଟ,ସଫାସେଟ,ସାବୁନ ଗଣ୍ଡି,କେନ୍ଦୁ ଗଣ୍ଡି,ଶିମୁଲି ଗଣ୍ଡି ଇତ୍ୟାଦି ଜବତ କରିବା ସହ କରତ ମିଲ ମାଲିକ ପବନ ଶର୍ମା ଓ ମୁକେଶ ଶର୍ମାଙ୍କସହ ମିସ୍ତ୍ରୀ କୈଲାସ ପୁଟେଲ, ତୁଖାରାମ ନାଗ, କୃଷ୍ନ ପାତ୍ର, ହାଲିଫ ଘୋଷକୁ ଗିରଫ କରି ସାମଗ୍ରୀକୁ ଟ୍ରାକ୍ଟର ଯୋଗେ ଲାଠୋର ବନବିଭାଗ କାର୍ଯ୍ୟଲୟକୁ ଅଣାଯାଇଥିଲା |

ବନବିଭାଗ କେଶ ନ ଓଆରନଂ-୪୭/୧୯,ଏଫଆଇଆରନଂ-୦୦୨୪୫୬୦/୯୪୭ ରେ ମାମଲା ରୁଜୁ କରାଯାଇଛି । ଏହି ଜବତ ସାମଗ୍ରୀର ସରକାରୀ ମୂଳ୍ୟରେ ୨୦ଳକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଡିଏଫଓ ସମିର କୁମାର ଶତପଥି ସୂଚନା ଦେଇଥିଲେ । ଏହି ଚଡଉରେ ବଲାଙ୍ଗିର ଏସିଏଫ ବାବାଜୀ ଚରଣ ରାଉଳ, ଲାଠୋର ରେଞ୍ଜଅଧିକାରୀ ଦେବଦତ୍ତ ସୂତାର, ବଲାଙ୍ଗିର ରେଞ୍ଜ ଷ୍ଟାଫ, ମୋବାଇଲ ଷ୍ଟାଫ ସାଗରିକା ସେଠ, ସୁନିଲ ମିଶ୍ର, ଚିତରଞ୍ଜନ ଖମାରୀ, ବ୍ୟାସଦେବ ସାହୁ, ଦେବଦତ୍ତ ବେହେରା, କଣ୍ଟାବାଞ୍ଜି ଫରେଷ୍ଟର ହିମାଂଶୁ ପଣ୍ଡା ଲାଠୋର ଫରେଷ୍ଟର ନବକିଶୋର ଦାଶ, ସମୀର ରଞ୍ଜନ ପାତ୍ର, ଗାର୍ଡ ଆଦିତ୍ୟ ପ୍ରସାଦ ମାଝୀ, ଏସ.କେ ପଧାନଙ୍କ ସହ ଅନ୍ୟ କର୍ମଚାରୀ ମାନେ ମଧ୍ୟ ସାମିଲ ଥିଲେ |

Comments are closed.