Related Contents

୪ କୁଇଣ୍ଟାଲ୍ ଗଞ୍ଜେଇ ସହ ଦୁଇ ଗିରଫ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତର୍ଯ୍ୟା
ଲମତାପୁଟ(୦୯/୦୬): କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଆଲାଙ୍ଗପଡା ଘାଟି ନିକଟରେ ୪ କୁଇଣ୍ଟାଲ ଗଞ୍ଜେଇ ସହ ଦୁଇ ଜଣ ଯୁବକ ଗିରଫ ହୋଇଛନ୍ତି ।

ଘଟଣାକ୍ରମେ ଲମତାପୁଟ ବ୍ଲକ ଜଲାହଞ୍ଜର ପଞ୍ଚାୟତର ଆଲାଙ୍ଗପଡା ଘାଟି ନିକଟରେ ମାଛକୁଣ୍ଡ ପୋଲିସ ମଧ୍ୟ ରାତ୍ରୀରେ ପେଟ୍ରୋଲିଙ୍ଗ୍ କରୁଥିବା ସମୟରେ ଏକ ଟାଟା ମିନିଭ୍ୟାନକୁ ଅଟକାଇବାରୁ ଅନ୍ଧାର ସୁଯୋଗ ନେଇ ଦୁଇ ଜଣ ଯୁବକ ଦୌଡ଼ି ପଳାଇବାରେ ସକ୍ଷମ ହୋଇଥିବା ବେଳେ ଦୁଇ ଜଣକୁ ପୋଲିସ କାବୁ କରିନେଇଥିଲେ । ଗାଡିକୁ ଯାଞ୍ଚ୍ କରିବାରୁ ସେଠାରେ ୪ କୁଇଣ୍ଟାଲ୍ ଗଞ୍ଜେଇ ଥିବାର ସୁଚନା ଦେଇଛି ପୋଲିସ ଯାହାର ଆନୁମାନିକ ମୁଲ୍ୟ ପାଖାପାଖି ୨୦ଲକ୍ଷରୁ ଉର୍ଦ୍ଧ ହେବ । ଗିରଫ ଯୁବକ ଦ୍ବୟ ହେଲେ ଆନ୍ଧ୍ର ପ୍ରଦେଶର ମୁଚିମ୍ ପୁଟ ଫାଣ୍ଡି ଅଧିନ ଜୟରାମ ହିଂସା(୨୬) ଓ ହରେକୃଷ୍ଣ ସିସା (୨୨) । ଏମାନେ ଏକ ଟାଟା ମିନିଭ୍ୟାନ ଓଆର୍ ୧୦ ଏଫ୍ ୬୫୭୪ ସାହାଯ୍ୟରେ ଅନକାଡିଲି ହନୁମାଳର ବଡଡୁରାଲ ଗ୍ରାମରୁ କୋରାପୁଟ ଜିଲ୍ଲା ସିମିଳିଗୁଡା ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ । ପୋଲିସ ପକ୍ଷରୁ ନନ୍ଦପୁର ଥାନା ଏସ୍ଡିପିଓ ତପନ ମହାନନ୍ଦ ମାଛକୁଣ୍ଡ ଥାନା ଅଧିକାରୀ ସୁବ୍ରନ୍ତ ପଣ୍ଡା ଲମତାପୁଟ ଫାଣ୍ଡି ଅଧିକାରୀ ଶିବପ୍ରସାଦ ଷଡ଼ଙ୍ଗୀ ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ |

Comments are closed.