ରାୟଗଡା ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲା ସ୍ତରୀୟ ରଜ ପର୍ବ ପାଳିତ

0
224
ରାୟଗଡା ଜିଲ୍ଲା ସଂସ୍କୃତି

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୨/୬) : ରାୟଗଡା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ରାୟଗଡା ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲା ସ୍ତରୀୟ ରଜ ପର୍ବ-୨୦୨୨ ଆଡମ୍ବର ସହକାରେ ପାଳିତ ହୋଇଯାଇଛି ।

ରାୟଗଡା ଜିଲ୍ଲା ସଂସ୍କୃତି ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁଶ୍ମିତା ବାଉରୀ ସଭା ପରିଚାଳନା ପୂର୍ବକ କାର୍ଯ୍ୟକ୍ରମ ପାଳନ ର ମୁଖ୍ୟ ଉଦ୍ଦେଶ୍ୟରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ ।

ଓଡିଶା ର ଗଣ ପର୍ବ ରଜ ଉତ୍ସବକୁ ସାରା ରାଜ୍ୟ ର ବିଭିନ୍ନ କୋଣ ଅନୁକୋଣରେ ବହୁ ଆଡମ୍ବର ସହକାରେ ପାଳନ କରାଯାଉଛି । କୁଆଁରୀ ଝିଅ ମାନେ ଦୋଳି ଖୋଳିବା ଠାରୁ ଆରମ୍ଭ କରି ତିନି ଦିନ ଧୁମଧାମରେ ଏହି ଉତ୍ସବକୁ ଗ୍ରାମାଞ୍ଚଳରେ ପାଳନ କରୁଥିବା ବେଳେ ଏହି ଉତ୍ସବଟି ସହରାଞ୍ଚଳରେ ଏକ ପ୍ରକାର ବିଲୁପ୍ତ ହୋଉଥିବାରୁ ଏହାକୁ ଉଦଜୀବିତ ରଖିବା ପାଇଁ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ର ଏହା ଏକ ଅଭିନବ ପ୍ରୟାସ ବୋଲି ମୁଖ୍ୟ ଅତିଥି ଶ୍ରୀ ବେହେରା ପ୍ରକାଶ କରିଥିଲେ ।

ଆଜି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ମୁଖ୍ୟ ବକ୍ତା ଭାବେ ସେଂଚ୍ୟୁରିଆନ ବିଶ୍ୱ ବିଦ୍ୟାଳୟ ର ନିର୍ଦ୍ଦେଶକ ରାଜେଶ ପାଢୀ ଉପସ୍ଥିତ ରହିଥିଲେ । ସେଂଚ୍ୟୁରିଆନ୍ ବିଶ୍ୱ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ମହିଳା ଓ ରାୟଗଡା ସ୍ୱଂୟ ଶାସିତ ମହାବିଦ୍ୟାଳୟ ର ଛାତ୍ରୀମାନେ ପାରମ୍ପରିକ ଲୋକ ନୃତ୍ୟ, ମ୍ୟୁଜିକ୍ ଚେୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଥିବା ବେଳେ ଦୋଳି ଖେଳି ସେମାନେ ବହୁତ ଉତ୍ସାହିତ ହୋଇଥିଲେ ।

ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳକ ଗାୟକ ପ୍ରଶାନ୍ତ କୁମାର ନାଏକଙ୍କୁ ଶ୍ରେଷ୍ଠ ଘୋଷକ ଭାବେ ସମ୍ମାନୀତ କରାଯାଇଥିବା ବେଳେ ଗାୟତ୍ରି କଳା ସଂସ୍କୃତି, ରାୟଗଡା ର କଳାକାରମାନେ ଆଦିବାସୀ ନୃତ୍ୟ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ । ଜିଲ୍ଲା ସଂସ୍କୃତି ବିଭାଗ ର ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ସମସ୍ତ କର୍ମଚାରୀମାନେ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।