Friday, March 29, 2024

Top 5 This Week

Related Posts

ନୂତନ ଜିଲ୍ଲାପାଳ ଭାବେ ସ୍ୱଧା ଦେବ ସିଂହଙ୍କ ଯୋଗଦାନ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ଼ା, ତା. (୨୨/୦୬) : ରାୟଗଡ଼ାରେ ନୂତନ ଜିଲ୍ଲାପାଳ ଭାବେ ଶ୍ରୀମତି ସ୍ୱଧା ଦେଵସିଂହ, ଭା.ପ୍ର. ସେ. ଆଜି ପୂର୍ବାହ୍ନରେ ଯୋଗଦାନ କରିଛନ୍ତି l

6464c6a1 9f8b 4ae7 af99 ba9c137e1d67 ନୂତନ ଜିଲ୍ଲାପାଳ ଭାବେ ସ୍ୱଧା ଦେବ ସିଂହଙ୍କ ଯୋଗଦାନ

ଆଜି ବିଦାୟୀ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଥିଲେ l ଦାୟିତ୍ୱ ଗ୍ରହଣ କରିବାପରେ ନୂତନ ଜିଲ୍ଲାପାଳ ଙ୍କୁ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ସୋମନାଥ ପ୍ରଧାନଙ୍କ ସମେତ କାର୍ଯ୍ୟାଳୟ ର ବିଭିନ୍ନ ସେକ୍ସନ ଅଫିସର ମାନେ, ସାମ୍ବାଦିକ ସଂଘ ର କର୍ମକର୍ତ୍ତା, ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ, ବିଭିନ୍ନ ସଂଘଠନ ର କର୍ମକର୍ତ୍ତା, କର୍ମଚାରୀ ସଂଘ ର କର୍ମକର୍ତ୍ତା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସ୍ୱାଗତ କରିଥିଲେ l

ଶ୍ରୀମତି ଦେଵସିଂ ଏହାପୂର୍ବରୁ ନୂଆପଡା ଜିଲ୍ଲାରେ ଦୀର୍ଘ ୧ ବର୍ଷ ୮ ମାସ ଧରି ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରି ଜନସାଧାରଣଙ୍କ ପ୍ରିୟଭାଜନ ହୋଇପାରିଥିଲେ l ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ବିଭିନ୍ନ ଯୋଜନାକୁ ଜନସାଧାରଣଙ୍କ ନିକଟରେ ପହଁଞ୍ଚାଇବା ଓ ଅଗ୍ରଧିକାର ଭିତ୍ତିରେ କରାଯିବ ବୋଲି ପ୍ରକାଶ କରିଥିଲେ l

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles