ନିଆରା ଜନ୍ମ ଦିନ ପାଳିଲେ ସମାଜସେବୀ ବିମଲ୍

ରିପୋର୍ଟ: ସତ୍ୟଜିତ ବାରିକ୍
ଯାଜପୁର(୦୯/୦୬): ଆଜିର ଦିନରେ ବଞ୍ଚି ରହିଛି ମାନବିକତା, ମାନବ ସେବା ମାଧବ ସେବାକୁ ମୁଦ୍ଦା କରି ଯିଏ ନିଜ ଜୀବନର ରାସ୍ତାର ବାଟ ଭୁଲି ଆଜିର ଦିନରେ ଏକ ନୂତନ ସମ୍ଭାବନା ଆଣିଦେଇଥିବା ବ୍ୟକ୍ତି ବିମଳ ଦାସ । ଯାଜପୁର ଜିଲ୍ଲା ବରୀ ବ୍ଲକ ଅଙ୍ଗାଳ ପଞ୍ଚାୟତ ଢିଅ ବାରୀଙ୍ଗି ଗ୍ରାମର ଲକ୍ଷ୍ମୀଧର ଦାସଙ୍କ କନିଷ୍ଠ ପୁତ୍ର ବିମଳ |

ପିଲା ଦିନରୁ ସେବା ମନୋଭାବ ସହ ଗରିବ ଲୋକଙ୍କ ସହଯୋଗାତ୍ମକ ପାଇଁ ନିଜକୁ ସମର୍ପିତ କରିଛନ୍ତି । ଯିଏ ମାନବ ସେବା ମାଧବ ସେବା କରିବା ପାଇଁ ନିଜ ଜୀବନ କାହାଣୀକୁ ନିଜ ଛାତି ଭିତରେ ରଖି ସଦା ସର୍ବଦା ଅନ୍ୟର କାମନା କରିବା ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି । ତାଙ୍କର ୩୯ତମ ଜନ୍ମ ଦିନକୁ ଏକ ବିକଳ୍ପ ବିକାଶ ଦିଗରେ ପଦକ୍ଷେପ ନେଇ କଟକ ସ୍ଥିତ ମୁଖ୍ୟ ରକ୍ତ ଭଣ୍ଡାର କେନ୍ଦ୍ରରେ ଏକ ରକ୍ତଦାନ ଶିବିର ଆୟୋଜନ କରିଛନ୍ତି । ତାଙ୍କର ୩୯ ତମ ଜନ୍ମ ଦିନ ପାଳିବା ବଦଳରେ ୩୯ ଜନକୁ ରକ୍ତ ଅଭାବରୁ ବଞ୍ଚିତ ନ ହୁଅନ୍ତୁ ସେଥିପାଇଁ ସେ ବିଶେଷ ଧ୍ୟାନ ଦେଇଛନ୍ତି ।

ବିଷ୍ଣୁ ପ୍ରିୟା ଚାରି ଟେବୁଲ୍ ଟ୍ରଷ୍ଟ ଓ କଟକ ସେଣ୍ଟ୍ରାଲ ରକ୍ତ ଭଣ୍ଡାରର ସହଯୋଗରେ ଆଜି ଏକ ରକ୍ତଦାନ ଶିବିର ଆୟୋଜନ ମହାଆଡମ୍ବରେ ସମ୍ପନ୍ନ କରାଯାଇଥିବା ବେଳେ ରକ୍ତଦାତା ମାନଙ୍କୁ ଏକ ଗୋଟି ଲେଖାଏଁ ଚରା ବଣ୍ଟନ କରାଯାଇ ପରିବେଶ ସୁରକ୍ଷା ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜିର କାର୍ଯ୍ୟକ୍ରମରେ ବିଷ୍ଣୁପ୍ରିୟା ଚାରି ଟେବୁଲ୍ ଟ୍ରଷ୍ଟ ପକ୍ଷରୁ ସମସ୍ତ ସଦସ୍ୟ ଓ ରକ୍ତ ଭଣ୍ଡାର ର କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Comments are closed.