Advertisements
Tuesday, June 2, 2020
Home headline ଜ଼ିଲ୍ଲା ସ୍ତରୀୟ କୋୟା ସମାଜର ସମ୍ମିଳନୀ ଉଦଘାଟିତ

ଜ଼ିଲ୍ଲା ସ୍ତରୀୟ କୋୟା ସମାଜର ସମ୍ମିଳନୀ ଉଦଘାଟିତ

ରିପୋର୍ଟ: ନୟମି ଖରା
ପଡିଆ, ମାଲକାନଗିରି(୦୯/୦୬): ମାଲକାନଗିରି ଜ଼ିଲ୍ଲା ଅନ୍ତର୍ଗତ କଲିମେଳା ମିନି ଷ୍ଟାଡିୟମ ଠାରେ କୋୟା ସମାଜର ଜ଼ିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଏହା ଦୁଇଦିନ ଧରି ଚଳିବ | ଆସନ୍ତା କାଲି ଏହାର ଉଦଯାପନୀ ଦିବସ |

ଏହି ସମ୍ମିଳନୀକୁ ତେଲେଙ୍ଗାନା ରାଜ୍ୟର ଓସମାନୀଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଶ୍ରୀ ନାଗେଶ୍ୱର ରାଓ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦଘାଟନ କରିଥିଲେ | ମୁଖ୍ୟବକ୍ତା ରୂପେ ଛତିଶଗଡ଼ ରାଜ୍ୟର ସମାଜସେବୀ ଶ୍ରୀ ମାଖନଲାଲ ସୋଡି ଓ ମାଲକାନଗିରି ଜ଼ିଲ୍ଲା ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷ ଆଡ଼ମ ରାବ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ | ଅନ୍ୟ ମାନଙ୍କ ମଧ୍ୟରେ କାଲିମେଳା ବ୍ଲକ ଅଧକ୍ଷ ମଲା ମାଢ଼ୀ ମାଲକାନଗିରି ବ୍ଲକ ଅଧକ୍ଷ ଅକ୍ଷୟ ନାୟକ ପଡିଆ ବ୍ଲକ ଅଧକ୍ଷ ଦେବା ମାଡକାମୀ କୋରକୁଣ୍ଡା ବ୍ଲକ ଅଧକ୍ଷ ସ୍ରବିତ୍ରୀ ପୋଡ଼ିଆମୀ ରାଜ୍ୟ କୋୟା ସମାଜ ସାଧାରଣ ସମ୍ପାଦକ ରବୀନ୍ଦ୍ର ନାଥ ମାଢ଼ୀ ଜ଼ିଲ୍ଲା ସଭାପତି କୃଷ୍ଣା ବୁରୁଦା ଉଦୟ ମାଢ଼ୀ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ | ସର୍ବପ୍ରଥମେ କୋୟା ଆଦିବାସୀଙ୍କ ଆରାଧ୍ୟ ଦେବତା ଆନଲପେନ, ବାଡା ଦେବତା କୁପରଲିଙ୍ଗକୁ ପୂଜା କରି ସଭା କାର୍ଯ୍ୟକ୍ରମ ଆରଂଭ ହୋଇଥିଲା | ଏହି ସମ୍ମିଳନୀରେ ପୋଡେଶୀ ଆନ୍ଧ୍ର ପ୍ରଦେଶ ତେଲେଙ୍ଗାନା ଛତିଶଗଡ଼ ଓଡିଶାର ବିଭିନ ଜ଼ିଲ୍ଲାରୁ ସହସ୍ରାଧିକ କୋୟା ଆଦିବାସୀ ଭାଇ ଭଉଣୀ ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଧରି ସମ୍ମିଳନୀରେ ଯୋଗଦେଇଥିଲେ | କୋୟା ସମାଜ ବ୍ୟତୀତ ଦିଦାୟି ଭୂମିୟା ଦୁରୁଆ ପରଜା ସମାଜ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ | ପରିଶେଷରେ ଆଦିବାସୀ ଯୁବକ ଯୁବତୀଙ୍କ ଦ୍ୱାରା କୋୟା ସିଂଘ ନାଚ ଓ ଢେମସା ନୃତ୍ୟ ପରିବେଷଣ କରାଯାଇଥିଲା |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ବଦାନ୍ୟତା, ଦାଦନ ବଜାରରୁ ଉଦ୍ଧାର ହେଲେ ବନ୍ଧକ ନାବାଳିକା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //ନବରଙ୍ଗପୁର (୦୧/୦୬): ତେଲେଙ୍ଗାନା ଇଟା ଭାଟିରୁ ଉଦ୍ଧାର ହେଲେ ନବରଙ୍ଗପୁର ନାବାଳିକା । ନାବାଳିକା ଝିଅର ମା ନିଜ ଶରୀରର ଚିକିତ୍ସା କରାଇବା ପାଇଁ...

ବଡ ଖବର: ବଲାଙ୍ଗୀର ଜିଲ୍ଲା ପ୍ରତ୍ୟେକ ଶନିବାର ଓ ରବିବାର ସଟ୍ ଡାଉନ, ଜୁନ ୩୦ ଯାଏଁ କଟକଣା ଅବ୍ୟାହତ

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋବଲାଙ୍ଗୀର (୦୧/୦୬): ଆଜିଠୁ ଦେଶରେ ଆରମ୍ଭ ହୋଇଛି ଅନଲକ-୧। ହେଲେ ନିଜ ନିଜ ରାଜ୍ୟର ପରିସ୍ଥିତି ଦେଖି ସରକାର ଯେ କୌଣସି ପଦକ୍ଷେପ ନେଇପାରିବେ...

ଗୁଡାରି ପୋଲିସ ର ବଡ ସଫଳତା, ୧୧୭୦ କେଜି ଗଂଜେଇ ସହ ୯ ବାଇକ ଜବତ

ରିପୋର୍ଟ: ପ୍ରଦୀପ ପାତ୍ର //ଗୁଣୁପୁର(୩୧/୦୬): ରାୟଗଡା ଜିଲ୍ଲା ଗୁଡାରି ପୋଲିସର ବଡ଼ ସଫଳତା,୧୧୭୦ କେଜି ଆନୁମାନିକ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜାଇ ଜବତ ସହ ୭ ATM...

ପଦ୍ମପୁର ରେ ମୋଦି ଅନ୍ନର ଅନ୍ତିମ ଦିବସ ଉଦଯାପିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧/୦୬): ବର୍ତ୍ତମାନ ସାରା ଭାରତରେ କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବାସୀ...

Recent Comments

%d bloggers like this: