SBI RSETI ଦ୍ୱାରା ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ

0
194
SBI RSETI

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୧୮/୦୬) : ତା ୧୮/୦୬/୨୦୨୨ ଦିନ SBI RSETI ଆନୁକୂଲ୍ୟରେ ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ମଲମୁଣ୍ଡା ଗ୍ରାମରେ ଏକ ଦଶ ଦିନିଆ ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି ।WhatsApp Image 2022 06 22 at 12.33.15 PM SBI RSETI ଦ୍ୱାରା ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ

ଉକ୍ତ କାର୍ଯ୍ୟକ୍ରମରେ ପୁଇଁତଲା ବ୍ଲକ ର ଶ୍ରୀ ଯୁଧିଷ୍ଠିର ନାଏକ (BDO), ପ୍ରିୟଦର୍ଶିନି ଝାଙ୍କର (AHO), ଶ୍ରୀ ଦୁର୍ଗା ପ୍ରସାଦ ମିଶ୍ର (BPM) ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଏବଂ ତାଲିମ ଗ୍ରହୀତା ମାନଙ୍କୁ ତାଲିମ କାର୍ଯ୍ୟକ୍ରମକୁ ଭବିଷ୍ୟତରେ ପ୍ରକୃତ ଉପଯୋଗ କରିବା ପାଇଁ ଉପଦେଶ ଦେଇଥିଲେ । SBI RSETI ଅନୁଷ୍ଠାନ ର ନିର୍ଦ୍ଦେଶକ ଶ୍ରୀ ଚନ୍ଦ୍ର ମୋହନ ମୁର୍ମୁ ଆର୍ସେଟି ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ବୁଝାଇ ଥିଲେ ତାଲିମ କୁ କାମରେ ଲଗାଇ ରୋଜଗାର ବୃଦ୍ଧି ପାଇଁ ମତବ୍ୟକ୍ତ କରିଥିଲେ ।

ପ୍ରଶିକ୍ଷକ ଶ୍ରୀ ହିମକାନ୍ତ ଶତପଥି ତାଲିମ ଗ୍ରହୀତା ମାନଙ୍କର ଉତ୍ତୋରତ୍ତର ସର୍ବାଙ୍ଗୀନ ଉନ୍ନତି ପାଇଁ ଶୁଭକାମନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କାର୍ଯ୍ୟାଳୟ ସହକାରୀ ସୁଧୀର କୁମାର ବେହେରା ଓ ସାଗରିକ ହୋତା ସହଯୋଗ କରିଥିଲେ । ଅନ୍ତିମ କାର୍ଯ୍ୟକ୍ରମରେ ତାଲିମ ଗ୍ରହୀତା ମାନେ ଧନ୍ୟବାଦ ଅର୍ପଣ କରିଥିଲେ ।