Related Contents

ପାରିବାରିକ କଳହରୁ ହାତୁଡିରେ ଛେଚି ସ୍ତ୍ରୀକୁ ହତ୍ୟା

ରିପୋର୍ଟ: ବିଭୁତି ଲହରିଆ
କନ୍ଧମାଳ(୦୯/୦୬): କନ୍ଧମାଳ ଜିଲ୍ଲା ସାରଙ୍ଗ ଗଡ ଥାନା ଅନ୍ତଗତ ପାଡାଙ୍ଗି ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଛି |

ଗତକାଲି ରାତିରେ ପାରିବାରିକ କଳହ ଯୋଗୁ ଉଭୟ ସ୍ବାମୀ ସ୍ତ୍ରୀ କଳହ ହୋଇଥିଲା | ସ୍ୱାମୀ ପ୍ରଶାନ୍ତ ରାଗି ଯାଇ ସ୍ତ୍ରୀ ସୁଦେଷ୍ନା ନାୟକ(୫୫)କୁ ହାତୁଡିରେ ମୁଣ୍ଡରେ ଛେଚି ହତ୍ୟା କରିଛି | ସାରଙ୍ଗଗଡ ଥାନା କେସ୍ ନଂ୩୨/୧୯ ରୁଜୁ କରିବା ସହ ସ୍ବାମୀ ପ୍ରଶାନ୍ତ ନାୟକକୁ ପୋଲିସ ଗିରଫ କରି କୋର୍ଟ ଚାଲଣ କରିଛି | ଏବଂ ମୃତ ସୁଦେଷ୍ନା ଶବ ଜବତ କରି ପୋଷ୍ଟ ମର୍ଟମ ପାଇଁ ବାଲିଗୁଡା ଡାକ୍ତରଖାନାକୁ ପଠାଇ ତଦନ୍ତ ଜାରି ରଖିଛି |

Comments are closed.