Advertisements
Saturday, July 4, 2020
Home headline କୋରାପୁଟ ଜିଲ୍ଲାରେ ୪ଟି ସ୍ଥାନରେ ଗଂଜେଇ ଚାଲାଣ କାରୀଙ୍କ ଉପରେ ଚଢ଼ାଉ, ୧୦କ୍ୱିଣ୍ଟାଲ ଗଂଜେଇ ଜବତ,...

କୋରାପୁଟ ଜିଲ୍ଲାରେ ୪ଟି ସ୍ଥାନରେ ଗଂଜେଇ ଚାଲାଣ କାରୀଙ୍କ ଉପରେ ଚଢ଼ାଉ, ୧୦କ୍ୱିଣ୍ଟାଲ ଗଂଜେଇ ଜବତ, ୧୫ଗିରଫ

ରିପୋର୍ଟ: ସୌମ୍ୟରଂଜନ ସାହୁ
ଜୟପୁର(୦୮/୦୬): କୋରାପୁଟ ଜିଲ୍ଲାରେ ଶନିବାର ୪ଟି ସ୍ଥାନରେ ଗଂଜେଇ ଚାଲାଣକାରୀଙ୍କ ଉପରେ ପୋଲିସ ଚଢ଼ାଉ କରିଛି | ଚଢ଼ାଉ କରି ପୋଲିସ ଅନ୍ତଃ ରାଜ୍ୟ ଚାଲାଣ କରି ରାକେଟ ର ୧୫ଜଣଙ୍କୁ ଗିରଫ କରିଥିବା ବେଳେ ୧୦କ୍ୱିଣ୍ଟାଲ ୫୦କେଜି ଗଂଜେଇ ଜବତ କରିଛି |

ଏହି ଗଞ୍ଜେଈର ମୂଲ୍ୟ ୩କୋଟି ତାଙ୍କ ହେବ ବୋଲି ଅନୁମାନ କରାଯାଉଛି | ଜିଲ୍ଲାର ଜୟପୁର ସଦର ଥାନା ଅନ୍ତର୍ଗତ ଡ଼ିମିଲ ଛକ ଠାରେ ପୋଲିସ ଚଢ଼ାଉ କରିଥିବା ବେଳେ ଟାଉନ ପୋଲିସ ଦ୍ଵିତୀୟ ଦୈନିକ ବଜାର ନିକଟରେ ଚଢ଼ାଉ କରିଥିଲା | ଆଜି ଜୟପୁର ଏସ୍ଡ଼ିପିଓ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଆୟୋଜନ କରି ଏସ୍ଡ଼ିପିଓ ସାଗରିକ ନାଥ ସୂଚନା ଦେଇଛନ୍ତି ଯେ ଜୟପୁର ରେ ଅପରେସନ କ୍ଲିନ ଜୟପୁର ଚାଲିଥିବା ବେଳେ ଏହି ଚଢ଼ାଉରେ ପୋଲିସ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ,ଆନ୍ଧ୍ରପ୍ରଦେଶ, ହରିୟାନାର ଚାଲାଣକାରୀକୁ ଗିରଫ କରିଛି | ଏମାନଙ୍କ ଠାରୁ ପୋଲିସ ୪ଟି ଗାଡି, ୧୪ମୋବାଇଲ,୫ହଜାର ୬ଶହ ଟଙ୍କା ଜବତ କରିଛି | ଜୟପୁର ଦ୍ଵିତୀୟ ଦୈନିକ ବଜାର ନିକଟରେ ହୋଂଦାସୀଟି କାର୍ରେ ଗଂଜେଇ ଚାଲାଣ ହେଉଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କ ଉଦ୍ୟମରେ ପୋଲିସ ଧରିବାରେ ସଫଳ ହୋଇଥିଲା | ଉକ୍ତ କାରରେ ୧.୫କ୍ୱିଣ୍ଟାଲ ଗଂଜେଇ ଜବତ କରିଥିବା ବେଳେ ୩ଜଣଙ୍କୁ ଗିରଫ କରିଛି | ସେହିପରି ମାରୁତି ସୁଜୁକି ଗାଡ଼ିରେ ଗଂଜେଇ ଚାଲାଣ ହେଉଥିବାବେଳେ ଜୟପୁର ସଦର ଥାନା ଅନ୍ତର୍ଗତ ଡ଼ିମିଲ ଛକ ନିକଟରେ ପୋଲିସ ଚଢ଼ାଉ କରି କାର ସହ ୨କ୍ୱିଣ୍ଟାଲ ଗଂଜେଇ ଜବତ କରି ୪ଜଣଙ୍କୁ ଗିରଫ କରିଛି | ନନ୍ଦପୁର ହାଟପଦା ଠାରେ ୱେଇଚର ଓ କମାଣ୍ଡର ରେ ୪କ୍ୱିଣ୍ଟାଲ ଗଂଜେଇ ଚାଲାଣ ହେଉଥିବା ବେଳେ ନନ୍ଦପୁର ପୋଲିସ ଚଢ଼ାଉ କରି ଗଂଜେଇ ସହ ୨ଟି ଗାଡି ଜବତ କରିଛି | ଏହି ମାମଲାରେ ପୋଲିସ ୬ଜଣଙ୍କୁ ଗିରଫ କରିଛି | ଟାଟା ପିକଅପ ଗାଡ଼ିରେ ୪କ୍ୱିଣ୍ଟାଲ ଗଂଜେଇ ଚାଲାଣ ହୋଇଥିବା ବେଳେ ବସଷ୍ଟାଣ୍ଡ ନିକଟରେ ମାଛକୁଣ୍ଡ ପୋଲିସ ଚଢ଼ାଉ କରି ୨ଜଣଂକୁ ଗିରଫ କରିଛି | ଏହି ରାକେଟରେ ସ୍ଥାନୀୟ ଅଂଚଳ କେତେକ ଯୁବକ ସାମିଲ ଥିବା ପୋଲିସ ସୂଚନା ଦେଇଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

ଦୁଇ ଗୋଷ୍ଠୀ ମଧ୍ୟରେ ଜଙ୍ଗଲ ଜମି କୁ ନେଇ ବିବାଦ ହୋଇ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ

ରିପୋର୍ଟ, ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତ ର କନ୍ଧ ପରିଦିଗୁଡା ଓ ସାନ...

ବିଦ୍ୟୁତ କାଟ ଯୋଗୁଁ ଗ୍ରାହକ ହନ୍ତସନ୍ତ

କର୍ଲାମୁଣ୍ଡା (୦୪ /୦୭): କର୍ଲାମୁଣ୍ଡା ବ୍ଲକ ସଦର ଠାରେ ୩୩ /୧୧ କେଭି ର ବିଦ୍ୟୁତ ଯୋଗାଣ କେନ୍ଦ୍ର ପ୍ରାୟ ୮ବର୍ଷ ତଳେ ନିର୍ମାଣ କରାଯାଇଥିଲା I ଗତ...

ଉତ୍କଳ ଆଲୁମିନା ଇନ୍ଟରନ୍ୟାସନାଲ ଲିମିଟେଡ଼ ର ସାମୁହିକ ସିଏସଆର କାର୍ଯ୍ୟକ୍ରମ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା /ଟିକିରି (୦୪/୦୭): ଅବିଭକ୍ତ କୋରାପୁଟ ଜିଲ୍ଲାର ଟିକିରି ଅଞ୍ଚଳ ଦିନେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା l କିନ୍ତୁ, ଉତ୍କଳ ଆଲୁମିନା ପ୍ରତିଷ୍ଠିତ...

Recent Comments

%d bloggers like this: