ରଥଯାତ୍ରା ଓ ବାହୁଡ଼ା ଯାତ୍ରା ୨୦୨୨ ନିମନ୍ତେ ଜିଲ୍ଲା ପ୍ରଶାସନ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
156
ରଥଯାତ୍ରା ଓ

ରିପୋର୍ଟ : ଦେବଦତ୍ତ ରଥ
କଳାହାଣ୍ଡି, ତା (୨୧/୬) : ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କଳାହାଣ୍ଡି ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ଙ୍କ ଅଧ୍ୟକ୍ଷତାରେ ୨୦୨୨ ବର୍ଷ ନିମନ୍ତେ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଓ ବାହୁଡ଼ା ଯାତ୍ରା ଆସନ୍ତା ଜୁଲାଇ ୧ ତାରିଖ ଓ ୯ ତାରିଖ ଦିନ ଶାନ୍ତି ଶୃଙ୍ଖଳା ର ସହ ସୁଚାରୁରୂପେ ପାଳନ ପାଇଁ ଜିଲ୍ଲାପାଳ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରି ପ୍ରସ୍ତାବ ପାଠ ପୂର୍ବକ ସବିଶେଷ ଆଲୋଚନା କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଶାନ୍ତ କୁମାର ପଟେଲ, ଉପ ଜିଲ୍ଲାପାଳ ଭବାନୀପାଟଣା ଡ. ବିଶ୍ୱଜିତ୍ ଦାସ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଜୟ କୁମାର ନନ୍ଦ ଉପସ୍ଥିତ ଥିଲେ ।

ଚଳିତ ବର୍ଷ ମହାପ୍ରଭୁଙ୍କ ପହଣ୍ଡିବିଜେ ଓ ଛେରାପହଁରା ଆସନ୍ତା ୧ ତାରିଖ ଦିନ ଅପରାହ୍ନ ୪.୦୦ ଘ ସମୟରେ ମହାରାଜା ଅନନ୍ତ ପ୍ରତାପ ଦେଓଙ୍କ ଦ୍ଵାରା ସମାପନ ହେବ ।

ପୋଲିସ ବିଭାଗ ତରଫ ରୁ ଶାନ୍ତି ଶୃଙ୍ଖଳା ରକ୍ଷା, ପ୍ରଶାସନ ଦ୍ୱାରା ମାଜିଷ୍ଟ୍ରେଟ ମୃତୟନ, ପୋଲିସ ନିୟନ୍ତ୍ରଣ କକ୍ଷ ସ୍ଥାପନ, ମାଉସୀ ମାଁ ମନ୍ଦିର ନିକଟରେ ଆବଶ୍ୟକ ସୁରକ୍ଷା କର୍ମୀ ମୃତୟନ, ସୁରକ୍ଷା ଦୃଷ୍ଟିରୁ ମହାପ୍ରଭୁଙ୍କୁ ଭକ୍ତ ବୃନ୍ଦଙ୍କ ତଳୁ ଦର୍ଶନ, ଯାନବାହାନ ଚଳାଚଳ ନିୟନ୍ତ୍ରଣ ଓ ଡ୍ରାଇଭରସନ୍, ଜଗନ୍ନାଥ ମନ୍ଦିର ରାସ୍ତା ବେରିକାଡ଼ିଂ, ରଥଟଣା ସମୟରେ ରାସ୍ତାକଡ ଦୋକାନୀଙ୍କୁ ସ୍ଥାନାନ୍ତର, ରଥ ତିଆରି ଓ ରଥ ଚଳାଚଳ ର ଉପଯୁକ୍ତତା ପ୍ରମାଣପତ୍ର, ସେବାୟତ ଓ ପୂଜକଙ୍କୁ ପ୍ରଶାସନ ଦ୍ଵାରା ପରିଚୟ ପତ୍ର ପ୍ରଦାନ, ଖାଦ୍ୟ ନିରୀକ୍ଷକ ଙ୍କ ଦ୍ଵାରା ରାସ୍ତା କଡ ଓ ହୋଟେଲ ର ଖାଦ୍ୟ ଯାଞ୍ଚ, ଭ୍ରାମ୍ୟ ମାଣ ସ୍ୱାସ୍ଥ୍ୟ ଯାନ ଓ ଆମ୍ବୁଲାନ୍ସ ସେବା, ଭକ୍ତ ବୃନ୍ଦଙ୍କ ପାଇଁ ପାନୀୟ ଜଳ ର ବ୍ୟବସ୍ଥା, ଆମିଷ ଓ ମଦ ବିକ୍ରି ଉପରେ କଟକଣା, ରାସ୍ତା ଓ ନାଳ ନର୍ଦ୍ଦମା ସଫା ଓ ବ୍ଲିଚିଂ, ରଥଯାତ୍ରା ଓ ବାହୁଡା଼ ଯାତ୍ରା ର ଧାରା ବିବରଣୀ, ଭଜନ ସମାରୋହ, ଅସ୍ଥାୟୀ ପାର୍କିଂ ବ୍ୟବସ୍ଥା, ବାଲାଜୀ ମନ୍ଦିର ରଥଯାତ୍ରା ଓ ମାଉସୀ ମାଁ ମନ୍ଦିର ଇତ୍ୟାଦି ଉପରେ ସବିଶେଷ ଆଲୋଚନା ହୋଇ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଗଲା । ସଭାରେ ଗଠନମୂଳକ ଆଲୋଚନା ହୋଇ ସର୍ବସମ୍ମତି କ୍ରମେ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଗଲା ।

ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଏସ୍ ଇ ଆର୍ ଏଣ୍ଡ ବି ଶ୍ରୀ ଅଜିତ ବାବୁ, ତହସିଲଦାର ଉପେନ୍ଦ୍ର ଲୁହା, ଡି ପି ଏଚ ଓ ରାକେଶ ସାହୁ, ଡି ଆଇ ପି ଆର୍ ଓ ଶ୍ରୀ ମନୋଜ ବେହେରା, ଇ ଈ,ଏନ୍ ଏଚ ଶ୍ରୀ ଏ କେ ଟୁଡୁ, ବି ଡି ଓ ଶ୍ରୀ ବିନୟ କୁମାର ଭୋଇ, ଆଇ ଆଇ ସି ଟାଉନ୍ ଥାନା ଶ୍ରୀ ପ୍ରଦୀପ ଧାରୁଆ, ମ୍ୟୁନିସିପାଲଟି କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ଅର୍ପିତା ବେହେରା, ସମେତ ଓକିଲ ସଂଘ ସଭାପତି ଶ୍ରୀ ସୁବ୍ରତ ବହିଦାର, ମହାରାଜା ପ୍ରତିନିଧି ଶ୍ରୀ ଅଶୋକ ନେଗି, ଶ୍ରୀ ଶଶି ଭୂଷଣ ଚୌଧୁରୀ, ଶ୍ରୀ ଅଭୟ ନାଏକ, ସବିର ମହମ୍ମଦ, ଏମଡି ସଲିମ୍, ଯୋଗେଶ ଅଗ୍ରୱାଲ, ଗଣମାଧ୍ୟମ ପ୍ରତିନିଧି ତଥା ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।