Advertisements
Saturday, July 4, 2020
Home Cultural & Festival ୬ଷ୍ଠତମ ଶୀତଳ ଷଷ୍ଠୀ ଯାତ୍ରାକୁ ନେଇ ମୁରିଵାହାଲ ଉତ୍ସବ ମୁଖର

୬ଷ୍ଠତମ ଶୀତଳ ଷଷ୍ଠୀ ଯାତ୍ରାକୁ ନେଇ ମୁରିଵାହାଲ ଉତ୍ସବ ମୁଖର

ରିପୋର୍ଟ: ଭଗବାନ ମହାନ୍ତି/ନିମାଇଁ ବଘାର
ମୁରିଵାହାଲ (୦୮।୦୬): ମୁରିଵାହାଲ ଶୀତଳଷଷ୍ଠି ପୂଜା କମିଟି ପକ୍ଷରୁ ପ୍ରତି ବର୍ଷ ଭଲି ଚଳିତ ବର୍ଷ ମୁରିଵାହାଲରେ ଦେବ ଦମ୍ପତିଙ୍କ ଵିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା | ଏଥିରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା | ୭ତାରିଖରେ ଦେବ ଦମ୍ପତିଙ୍କ ଵିବାହ ଓ ୮ତାରିଖ ଶନିବାର ଦିନ ନଗର ପରିକ୍ରମା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି |

କର୍ତ୍ତା ମୁରିଵାହଲ ହାଟପଦା ପଡାର ପ୍ରବିର କମ୍ପ ଓ ତାଙ୍କ ଧମପତ୍ନୀ ପୁଷ୍ପଲତା ଧିର ବର ପିତାମାତା ହୋଇ ଥିବା ବେଳେ ଷ୍ଟେସନ ପଡ଼ାର ତରୁଣ ପୋଢ ଓ ତାଙ୍କ ଧର୍ମପତ୍ନୀ ସରିତା ପୋଢ଼ କନ୍ୟା ପିତା ମାତା ଭୁମିକା ତୁଲାଇଥିଲେ | ସନ୍ଧ୍ୟା ୮ଟାରେ ବର ଯାତ୍ରୀ ବାହାରିଥିଲା | ଡିଜେ ବାଦ୍ୟ ରୋଷଣୀ ତାଲେ ତାଲେ ଅସଂଖ୍ୟ ଶ୍ରଦ୍ଧାଳୁମାନେ ବରଯାତ୍ରୀ ରୁପେ ନାଚଗିତରେ ମସଗୁଲ ହୋଇ କନ୍ୟାପିତା ଘରକୁ ଯାଇ ବିବାହ ସମ୍ପର୍ଣ କରିଥିଲେ | କନ୍ୟା ପିତା ତରଫରୁ ପ୍ରସାଦ ବ୍ୟବସ୍ଥା ହୋଇଥିଲା | ଶୀତଳ ଷଷ୍ଠୀ ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ଷଷ୍ଠ ତମ ବର୍ଷରେ ପଦାର୍ପଣ କରୁଥିବାରୁ କିଭଳି ଆକର୍ଷଣୀୟ ହେବ ସେ ନେଇ କମିଟି ପକ୍ଷରୁ ବିଶେଷ ଧ୍ୟାନ ଦେଇଥିଲେ |

ସଭାପତି ଚିଣ୍ଟୁ ମହାରଣା, ସମ୍ପାଦକ ତରୁଣ ପୋଢ଼, ମୁଖ୍ୟ ପୁରୋହିତ ଅଜିତ ଦାସ, ମନ୍ଦିର ପୂଜକ ନିମାନନ୍ଦ ଥନାପତି ଓ ଟିକୁ ଥନାପତି, କମିଟି ସଦସ୍ୟ ରାଜୀବ କୁମାର ମହାନ୍ତି, ଅନିଲ କୁମାର ଶର୍ମା, ସୁଧୀର ପାଣି, କୁନ୍ତ ପୋଢ଼ ସହ ଅନେକ କମିଟି କାର୍ଯ୍ୟକର୍ତା ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗ ଦେଇ ଶ୍ରଦ୍ଧାଳୁଙ୍କୁ ଉତ୍ସାହ କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କଂଗ୍ରେସର ଚେତାବନୀ ତୈଳଦର ହ୍ରାସ ନ ହେଲେ ଆନ୍ଦୋଳନ ହେବ

ରିପୋର୍ଟ : ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୩/୦୭): ସାରା ବିଶ୍ୱ ଏବେ ମହାମାରୀ କରୋନା କବଳରେ କବଳିତ ହୋଇପଡିଛି । ଜୀବନ ସଂଗ୍ରାମରେ ସମସ୍ତେ କାଳାତିପାତ କରୁଥିବାବେଳେ ଅନେକ...

ରାୟଗଡ ଜିଲ୍ଲାପାଳ ଗୁଣପୁର ଗସ୍ତ ଓ କୋଭିଡ଼ି ସ୍ଥିତିକୁ ସମୀକ୍ଷା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା/ଗୁଣପୁର (ତା.୩/୭): ରାୟଗଡ ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଗୁଣପୁର ଗସ୍ତ ସମୟରେ ରାମନଗୁଡାସ୍ଥିତ ଅସ୍ଥାୟୀ ସଙ୍ଗ ରୋଧ କେନ୍ଦ୍ର ପରିଦର୍ଶନ...

କରୋନା କୁ ନେଇ ଆଇ ଇ ସି ସୁବ୍ରତ ବାଗଚିଙ୍କ ସୂଚନା

ଭୁବନେଶ୍ୱର (୦୩/୦୭): ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ଶୁକ୍ରବାର କରୋନା ସମ୍ପର୍କିତ କିଛି ତଥ୍ୟ ଦେଇଛନ୍ତି । ତାଙ୍କ କହିବା ମୁତାବକ, ରାଜ୍ୟରେ କରୋନା ମୁକାବିଲା ପାଇଁ ଆମକୁ...

କୋଦଳା ପୋଲିସ ଦ୍ୱାରା ବିଭିନ୍ନ ରାସ୍ତା ସିଲ୍

ରିପୋର୍ଟ: ରାକେଶ କୁମାର ମହାରଣା //କୋଦଳା(୦୩/୦୭): କରୋନା ମହାମାରୀ ପାଇଁ ସାରାରାଜ୍ୟ ଲକ ଡାଉନ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଛି |...

Recent Comments

%d bloggers like this: