ସୁବର୍ଣ୍ଣଶ୍ରୀ ମହିଳା ଉତ୍ପାଦକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ମେଂଗୋ ଆଇସକ୍ରିମ ର ଶୁଭାରମ୍ଭ

0
154
ସୁବର୍ଣ୍ଣଶ୍ରୀ ମହିଳା ଉତ୍ପାଦକ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୧/୬) : ସୋନପୁର ସହର ନିକଟସ୍ଥ ହିକୁଡି ସ୍ଥିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳିତ କାଫେ ଠାରେ ସୁବର୍ଣ୍ଣଶ୍ରୀ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ମେଂଗୋ ଆଇସକ୍ରିମ ର ଶୁଭାରମ୍ଭ କରାଯାଇଛି l

ସୁବର୍ଣ୍ଣପୁର ଜିଲ୍ଲପାଳ ଅବୋଲୀ ସୁନିଲ ନରୱଣେ ଙ୍କ କରକମଳରେ ସ୍ୱତନ୍ତ୍ର ଆଇସକ୍ରିମ କାଉଣ୍ଟର ର ଶୁଭାରମ୍ଭ ଅବସରରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ପି ଡି ଡି ଆର ଡି ଏ ନିହାର ରଞ୍ଜନ କଁହର, ଉପଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ ଭୋଇ, ତଥା ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସୁବର୍ଣ୍ଣଶ୍ରୀ ମହିଳା ଉତ୍ପାଦକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ଆଇସକ୍ରିମ କିଣି ଖାଇବା ସହ ପରିବାର ପାଇଁ ମଧ୍ୟ ଆଣିଛନ୍ତି l

ଏହି ଆଇସକ୍ରିମ ବର୍ତ୍ତମାନ ୪ ପ୍ରକାରରେ ମିଳୁଥିବା ବେଳେ କୁଲଫି ପ୍ରତି ମୂଲ୍ୟ ଟ.୨୦/-, ମେଂଗୋ କେଣ୍ଡି ପ୍ରତି ମୂଲ୍ୟ ଟ ୨୦/-, କପ ପ୍ରତି ମୂଲ୍ୟ ଟ. ୩୦/- ଓ ଫ୍ୟାମିଲି ପ୍ୟାକ ର ମୂଲ୍ୟ ଟ ୨୫୦/- ରେ ବଜାରରେ ଉପଲବ୍ଧ ରହିଛି l ଏହି ସ୍ୱତନ୍ତ୍ର ମେଂଗୋ ଆଇସକ୍ରିମ ଜିଲ୍ଲା ଓରମାସ ଓ ଜିଲ୍ଲା ମିଶନ ଶକ୍ତି ଦ୍ୱାରା ପ୍ରାୟୋଜିତ ହୋଇଥିବା ବେଳେ ସୁବର୍ଣ୍ଣଶ୍ରୀ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ କରାଯାଇଛି l ଜନ ସାଧାରଣ ଜିଲ୍ଲାର ପ୍ରସ୍ତୁତି ଏହି ଆଇସକ୍ରିମ ର ମଜାନେବା ସହ ଉତ୍ପାଦକ ଗୋଷ୍ଠୀ ଙ୍କୁ ଉତ୍ସାହିତ କରିବାକୁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି l