Related Contents

ବନ୍ଦ ହେବ ପଲିଥିନ, ବିକ୍ରେତାଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ
ମାଲକାନଗିରି ୮/୬:-ମାଲକାନଗିରି ଜିଲ୍ଲାକୁ ସରସ ସୁନ୍ଦର ସ୍ଵଛ ନିର୍ମଳ କରିବା ପାଇଁ ମାଲକାନଗିରି ସଦର ମହକୁମା ଠାରେ ସ୍ଥିତ ସଂକୃତି ଭବନଠାରେ ପୌର ପରିଷଦ ନିର୍ବାହୀ ଅଧିକାରୀ ଏମ୍ ନୀଳକଣ୍ଠ ନାଇଡୁଙ୍କ ନେତୃତ୍ୱରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ପୌର ପରିଷଦ ନିର୍ବାହୀ ଅଧିକାରୀ ଏମ୍ ନୀଳକଣ୍ଠ ନାଇଡୁଙ୍କ ସହ ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ଡ଼.ଗୁଣନିଧି ନାୟକ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅନିଲ କୁମାର ମିଶ୍ର, ମାଲକାନଗିରି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ, ମ୍ୟୁନିସିପାଳିଟି ସାନିଟର ଏକ୍ସପଟ ଲିଙ୍ଗରାଜ ପାଳ,ଏବଂ ଅନେକ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପଲିଥିନ ପାଇଁ ହେଉଥିବା ପ୍ରଦୂଷଣରୁ କିପରି ମାଲକାନଗିରି ତଥା ପରିବେଶକୁ ରକ୍ଷା କରାଯାଇପାରିବ ତାହା ବିଷୟରେ ଆଲୋଚନା ହୋଇଥିଲା ଓ ପଲିଥିନ ବ୍ୟବସାୟଙ୍କ ଉପରେ ଲଗାମ ଲଗାଇ ଏହା ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଶିବିରରେ ନିଷ୍ପତ୍ତି ନିଆଯାଇଥିଲା ।

ତା ଛଡା କିପରି ଭାବରେ ବର୍ଜ୍ୟବସ୍ତୁ ପରିଚାଳନା ହୋଇପାରିବ ସେ ନେଇ ତାଲିମ ମଧ୍ୟ ପ୍ରଦାନ କରାଯାଇଛି । ଗତ ଗାନ୍ଧୀ ଜୟନ୍ତୀ ଅବସରରେ ମାଲକାନଗିରି ଜିଲ୍ଲାର ଥିବା ସମସ୍ତ ବ୍ଲକ ଓ ଛୋଟ ବଡ଼ ସହର ମାନଙ୍କରେ ପଲିଥିନ ବ୍ୟବହାର ନ କରିବା ଓ ଏହା ବିକ୍ରି ପ୍ରତି ରୋକ ଲଗାଇବା ପାଇଁ ସଚେତନ କରାଯାଇଥିଲା । କିନ୍ତୁ ଏହାର ବିଶେଷ କିଛି ଫଳ ମିଳି ନ ଥିଲା । ତେବେ ଏହା ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ,ବ୍ଲକ ସ୍ତରରେ ସ୍କ୍ୟାଡ଼ ଗଠନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ପାଞ୍ଚଶହରୁ ଉର୍ଦ୍ଧ୍ବ ସଫେଇ କର୍ମଚାରୀ ସହ ସ୍ୱୟଂ ସହାୟକ ଗୋଷ୍ଠୀ,ସାମାଜିକ କର୍ମୀ, ଜନ ପ୍ରତିନିଧି,ବରିଷ୍ଠ ନାଗରିକ,ଆଦି ଉପସ୍ଥିତ ଥିଲେ ।

Comments are closed.