Related Contents

ବିଜେଡିର ବିଜୟୀ ସଂକଳ୍ପ ସୋଭାଯାତ୍ରା

ରିପୋର୍ଟ: ଗୋପୀନାଥ କଣ୍ଡାଗରୀ
କୋଲନରା(୦୮/୦୬): କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ଆଜି ବିଜେଡିର ବିଜୟୀ ସଂକଳ୍ପ ସଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଏହି ସଭାଯାତ୍ରାରେ ବିଷମକଟକ ବିଧାୟକ ତଥା ଅନୁସୂଚିତ ଜାତି ଜନଜାତି ପଛୁଆ ବର୍ଗ ବିକାଶ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା,ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ସୁଧୀର ଦାସ ପ୍ରମୁଖ ଯୋଗଦେଇଥିଲେ । ଏହି ସୋଭାଯାତ୍ରାରେ ପ୍ରଥମେ କୈଳାଶପୁର ଗ୍ରାମ ସ୍ଥିତ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ଏକ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣଙ୍କ ଗହଣରେ ଉଭୟ ମନ୍ତ୍ରୀ ଓ ବିଧାୟକ ସୋଭାଯାତ୍ରାରେ ବାହାରିଥିଲେ । ପରେ ମୁକୁନ୍ଦପୁର ଗ୍ରାମ ପରିକ୍ରମା କରିଥିଲେ । ଏହି ସୋଭାଯାତ୍ରାରେ ବିପୁଳ ପରିମାଣର ଜନ ସମାଗମ ଏକାଠି ହୋଇ ମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ । ଏ ଅବସରରେ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଲୋକେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ସମସ୍ୟାର ସମାଧାନ ଉପରେ ଦୃଷ୍ଟି ଦେବାକୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଏହି ବିଜୟୀ କାର୍ଯ୍ୟକ୍ରମକୁ ମୁକୁନ୍ଦପୁର ଅଞ୍ଚଳର ବିଜେଡି ନେତା ଜାଲୁଦୁ କଣ୍ଡାଗରି,ଇଡି.ମନ୍ମଥ ରାଓ ଓ ଇଦି. ଚନ୍ଦ୍ରଶେଖର ରାଓ ପରିଚାଳନା କରିଥିବାବେଳେ ମୁକୁନ୍ଦପୁର ଅଞ୍ଚଳର ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ମହିଳା ନେତ୍ରୀ,ବିଜେଡି ନେତା ଓ କର୍ମୀ ଉପସ୍ଥିତ ରହିଥିଲେ ।

Comments are closed.