Related Contents

ମାଂସ ଓ ଚିକେନ ଦ୍ୱାରା ନିୟନ୍ତ୍ରଣ କଲା ପ୍ରଶାସନ

ରିପୋର୍ଟ: ସୌମ୍ୟରଞ୍ଜନ ସାହୁ
ଜୟପୁର(୦୭/୦୬): ଜୟପୁର ରେ ମାଂସ ଓ ଚିକେନ ଦରକୁ ନିୟନ୍ତ୍ରଣ କରିଛି ଅଜୀଉପଖଂଡ ପ୍ରଶାସନ | ସ୍ଥାନୀୟ ବାସୀଙ୍କ ଅଭିଯୋଗକୁ ଭିତ୍ତି କରି ପ୍ରଶାସନ ପଦକ୍ଷେପ ନେଇ ନିୟନ୍ତ୍ରଣ କରି ଦର ସ୍ଥିର କରିଛି |

ଜିଲ୍ଲାର କୋରାପୁଟ, କୋଟପାଡ଼, ବୋରିଗୁମ୍ମା ରେ ବିକ୍ରୟ ହେଉଥିବା ମାଂସ ଓ ଚିକେନ ଦର ଠାରୁ ଢେର ଅଧିକ ଦରରେ ବିକ୍ରୟ କରାଯାଉଥିଲା | ଏ ନେଇ ପ୍ରଶାସନ ସ୍ଥାନୀୟ ବାସିନ୍ଦା ମାଂସ ଓ ଚିକେନ ବ୍ୟବସାୟୀ, ପୌରପରିଷଦ , ଭେଟେନାରୀ କୁ ନେଇ ମିଳିତ ବୈଠକ କରାଯାଇ ସ୍ଥିର ହୋଇଛି | ମାଂସ କିଲୋ ୫ ସହ ଓ ଚିକେନ କିଲୋ ୧୮୦ ଓ ମାଛ କିଲୋ ୧୩୦ ଟଙ୍କା ସ୍ଥିର କରିଛି | ଆଲୋଚନା ସମୟରେ ସ୍ଥାନୀୟ ବାସିନ୍ଦା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଦୋଷ ଦେଇଥିବା ବେଳେ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ମଲା ଛେଳି ମାଂସ ମଧ୍ୟ ସହରରେ ବିକ୍ରୟ କରାଯାଉଛି | ସ୍ୱାସ୍ଥ୍ୟ ଅଧିକାରୀ ଏହାର ଉତ୍ତରରେ ଭେଟେନାରୀ ବିଭାଗ ଛେଳିକୁ ଷ୍ଟାମ୍ପ କରିବା ଦାୟିତ୍ୱ ବୋଲି ଏଡାଇ ଦେଇଥିବା ବେଳେ ଭେଟେନାରୀ ଡାକ୍ତର ସହରର ରେଜିଷ୍ଟ୍ରେସନ କଂସେଇଖାନା ନ ଥିବା ସୂଚନା ଦେଇଥିଲେ |

Comments are closed.