Related Contents

ବିଜେଡି ବିଜୟୀ ପ୍ରାର୍ଥୀଙ୍କୁ ସର୍ମ୍ଵଧନା

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୭/୬): କୋରାପୁଟ ଜିଲ୍ଲା ବୈପାରୀଗୁଡା ଠାରେ ଶୁକ୍ରବାର କୋଟପାଡ ର୍ନିବାଚନ ମଣ୍ଡଳୀ ବିଜେଡି ବିଜୟୀ ପ୍ରାର୍ଥୀ ତଥା ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ, କୋରପୁଟ ବିଧାୟକ ଶ୍ରୀ ରଘୁରାମ ପଡାଲ, ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ମାଝୀ, ଜିଲ୍ଲା ବିଜେଡି ସଭାପତି ଶ୍ରୀ ଇଶ୍ବର ପଣୀଗ୍ରାହିଙ୍କୁ ସର୍ମ୍ବଧନା କରାଯାଇଛି ।

ସ୍ଥାନୀୟ ବିରଖମ୍ବ ବ୍ରିଜ୍ ଠାରେ ବିଜେଡି କର୍ମି ତରଫରୁ ମନ୍ତ୍ରୀଙ୍କୁ ପ୍ରଥମେ ପୁଷ୍ପ ଦେଇ ସ୍ବାଗତ କରିଥିଲେ । ସେଠାରେ ବିଜୟୀ ପ୍ରାର୍ଥୀ ମା ବିରଖମ୍ବ ପୂଜା କରିବା ସହ ବାଜା ଓ ବାଣ ଫୁଟାଇ ସହର ପରିକ୍ରମା କରିଥିଲେ । ଶେଷରେ ସ୍ଥାନୀୟ ବଙ୍ଗଳା ଠାରେ ଆୟଜିତ ସଭାରେ ସମସ୍ତ ବିଜୟୀ ପ୍ରାର୍ଥୀ ନିଜର ଅଭିଭାଷଣ ରଖିଥିଲେ । ଏହି ସଭାରେ ବୈପାରୀଗୁଡା ଵ୍ଳକର ବହୁ ବିଜେଡି କର୍ମୀ ସହ ସାଧାରଣ ଜନତା ଉପସ୍ଥିତ ଥିଲେ ।

Comments are closed.