Friday, March 29, 2024

Top 5 This Week

Related Posts

ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡା, (୨୧/୦୬) : ଆଜି ଅର୍ଥାତ୍ ୨୧/୦୬/୨୦୨୨ ଦିନ ରାୟଗଡା ସ୍ଵୟଂଶାସିତ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଏନଏସଏସ, ଏନସିସି ଏବଂ ରେଡ କ୍ରସ ତରଫରୁ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି ।fb377464 e643 4d04 ba28 b3e8ac2be569 ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଏହି ଯୋଗ ଶିବିରକୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀମତୀ ଭି ଆର ରତନଶ୍ରୀ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଡକ୍ଟର ସରସ୍ଵତୀ ରାୟ ଏବଂ ଶ୍ରୀ ରାମଚନ୍ଦ୍ର ବିଡ଼ିକା ଯୋଗ ଶିକ୍ଷା ଦେଇଥିଲେ । ଏହି ଶିବିରରେ ୧୦୦ ରୁ ଅଧିକ ଶିକ୍ଷକ, କର୍ମଚାରୀ ଓ ଛାତ୍ର ଛାତ୍ରୀ ଯୋଗ ଶିକ୍ଷା କରିଥିଲେ ।

1de6f991 3633 424d a0ca 9e355afa8847 ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତଏହି କାର୍ଯ୍ୟକ୍ରମକୁ ଏନ ଏସ ଏସ ପିଓ ଶ୍ରୀ ଅଶୋକ କୁମାର ସାହୁ, ଭାସ୍କର ଗୁପ୍ତା, ରେଡକ୍ରସ କାଉନସିଲର ଶ୍ରୀ ଶ୍ରୀନିବାସ ଅଚାରି ଏବଂ ଏନସିସି ଅଧିକାରୀ ଏଲଟି. ଉଦୟ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଡକ୍ଟର ପି କେ ଗନ୍ତାୟତ, ଡକ୍ଟର ବି ଲ୍ ସରାଫ, ଶ୍ରୀ ଏ କେ ଖାଡ଼ଙ୍ଗା ଉପସ୍ଥିତ ରହି ସ୍ୱେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles