ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡା, (୨୧/୦୬) : ଆଜି ଅର୍ଥାତ୍ ୨୧/୦୬/୨୦୨୨ ଦିନ ରାୟଗଡା ସ୍ଵୟଂଶାସିତ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଏନଏସଏସ, ଏନସିସି ଏବଂ ରେଡ କ୍ରସ ତରଫରୁ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଏହି ଯୋଗ ଶିବିରକୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀମତୀ ଭି ଆର ରତନଶ୍ରୀ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଡକ୍ଟର ସରସ୍ଵତୀ ରାୟ ଏବଂ ଶ୍ରୀ ରାମଚନ୍ଦ୍ର ବିଡ଼ିକା ଯୋଗ ଶିକ୍ଷା ଦେଇଥିଲେ । ଏହି ଶିବିରରେ ୧୦୦ ରୁ ଅଧିକ ଶିକ୍ଷକ, କର୍ମଚାରୀ ଓ ଛାତ୍ର ଛାତ୍ରୀ ଯୋଗ ଶିକ୍ଷା କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ଏନ ଏସ ଏସ ପିଓ ଶ୍ରୀ ଅଶୋକ କୁମାର ସାହୁ, ଭାସ୍କର ଗୁପ୍ତା, ରେଡକ୍ରସ କାଉନସିଲର ଶ୍ରୀ ଶ୍ରୀନିବାସ ଅଚାରି ଏବଂ ଏନସିସି ଅଧିକାରୀ ଏଲଟି. ଉଦୟ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଡକ୍ଟର ପି କେ ଗନ୍ତାୟତ, ଡକ୍ଟର ବି ଲ୍ ସରାଫ, ଶ୍ରୀ ଏ କେ ଖାଡ଼ଙ୍ଗା ଉପସ୍ଥିତ ରହି ସ୍ୱେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ ।