Advertisements
Thursday, July 16, 2020
Home Farmer Issue ବ୍ଲକ ସ୍ତରୀୟ ଚାଷୀ ଉତ୍ପାଦକ ଗୋଷ୍ଠୀର ଶୁଭାରମ୍ଭ

ବ୍ଲକ ସ୍ତରୀୟ ଚାଷୀ ଉତ୍ପାଦକ ଗୋଷ୍ଠୀର ଶୁଭାରମ୍ଭ

ରିପୋର୍ଟ: କପିଳେନ୍ଦ୍ର ଦେବ ସାମନ୍ତରାୟ
ଲମତାପୁଟ(୦୭/୦୬): କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ସଦର ମହକୁମାରେ ଥିବା ଆତ୍ମା କାର୍ଯ୍ୟଳୟରେ ବ୍ଲକ ସ୍ତରୀୟ ଚାଷୀ ଉତ୍ପାଦକ ଗୋଷ୍ଠୀର ଶୁଭାରମ୍ଭ କରାଯାଇଛି ।

ଏହା ଲମତାପୁଟ ବ୍ଲକ ର ୧୪ ଟି ପଞ୍ଚାୟତ ର ୪୪ ଟି ଗାଁ କୁ ଗଠନ କରାଯାଇଛି । ଏହି ପ୍ରକଳ୍ପରେ ଚାଷୀ ସିଧାସଳଖ ଓଡ଼ିଶା ସରକାର ମାଧ୍ୟମରେ ସମସ୍ତ ପ୍ରକାରର ସୁବିଧା ପାଇବେ । ପ୍ରକଳ୍ପରେ ପନିପରିବା, ଛେଳି କୁକୁଡ଼ା ମେଣ୍ଢା ଚାଷ ଉଦ୍ୟାନ ବିଭାଗର ଫଳ ଗଛ, ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ କୁଅ,ଗୋବର ଖତ ଗାତ ସହିତ ଅନେକ ପ୍ରକାର ର ସୁବିଧା ରହିଛି। ମୁଖ୍ୟ କଥାବସ୍ତୁ ହେଉଛି ଗୋଟେ ଚାଷୀ ପୁର୍ବ ରୁ ଯେତିକି ଆୟ କରୁଥିଲେ ସେ ଏବେ ତା’ର ଦୁଇ ଗୁଣ ବୃଦ୍ଧି କରିବା ସହ ଉନ୍ନତ ପ୍ରଣାଳୀରେ ବିଶେଷଜ୍ଞଙ୍କ ନିୟମ ଅନୁଯାୟୀ ଚାଷ ପ୍ରଣାଳୀ ରେ କରିବ ଏହା ସବୁ ବିଷୟ ବସ୍ତୁ ଥିଲା। ଏହି କାର୍ଯ୍ୟକ୍ରମ ରେ କୋରାପୁଟ ଏଏଛ୍ଓ ଭବଗିରି ବେହେରା ଓଏଲ୍ ଏମ୍ ବିଏଲ୍ସି ଅମିୟ ରଞ୍ଜନ ଦାସ, ଲମତାପୁଟ ଏଭିଏସ୍ ପ୍ରକାଶ ନାୟକ, ଲମତାପୁଟ ଏପିଓ ସାଗରିକା ପ୍ରମୁଖ ଯୋଗ ଦେଇ ପ୍ରତ୍ୟେକ ଅଞ୍ଚଳ ରୁ ଆସିଥିବା ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଏହାକୁ ଲମତାପୁଟ ବ୍ଲକ ରେ କାର୍ଯ୍ୟ କରୁଥିବା ପ୍ରଦାନ ସ୍ବେଚ୍ଛାସେବୀ ଅନୁଷ୍ଠାନ ର କର୍ମଚାରୀ ସସାଙ୍କ ସାହୁ, ଭାସ୍କର ବୋର, ରସ୍ମିତା ସେଠି, ନିକିତା ସାଇକିଆ ପ୍ରମୁଖ ସହଯୋଗ କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ ପ୍ରକାଶ-ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲର ପରୀକ୍ଷାର୍ଥୀ ଶତପ୍ରତିଶତ କୃତକାର୍ଯ୍ୟ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୧୬/୦୭): ପ୍ରକାଶିତ ହୋଇଯାଇଛି ରାଜ୍ୟ ସ୍ତରୀୟ ସିବିଏସଇ ଦଶମ ବୋର୍ଡ ପରୀକ୍ଷା ଫଳ l ଏହାସହିତ ଟିକିରି ଥାନାସ୍ଥିତ ଦୋରାଗୁଡ଼ାରେ ଅବସ୍ଥିତ...

ଦଶମ ଶ୍ରେଣୀ ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ ପ୍ରକାଶ, ଥେରୁବାଲି ସ୍ଥିତ ଚିନ୍ମୟ ବିଦ୍ୟାଳୟର ରେକର୍ଡ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୧୬/୦୭): ପ୍ରକାଶିତ ହୋଇଯାଇଛି ଚାଳିତ ବର୍ଷର ଦଶମ ଶ୍ରେଣୀ ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ l ରାୟଗଡା ଜିଲ୍ଲା ଅନ୍ତର୍ଗତ ଥେରୁବାଲି...

ବୁର୍ଲା ଭିମସାର ରେ ୪ କରୋନା ଯୋଦ୍ଧା କରୋନା ରେ ଆକ୍ରାନ୍ତ

ସମ୍ବଲପୁର (ଓଡିଶା ନ୍ୟୁଜ୨୪ବ୍ୟୁରୋ-୧୬/୦୭): ବୁର୍ଲା ଭୀମସାର ୪ କରୋନା ଯୋଦ୍ଧା ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ୪ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୪ କରୋନା...

କଳାହାଣ୍ଡିରେ ପୁଣି ଦୁଇ କରୋନା ପଜିଟିଭ, ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ପଦକ୍ଷେପ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (୧୫.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ଦୁଇ କରୋନା ପଜିଟିଭ ରିପୋର୍ଟ ଆସିଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଜଣେ ଦିଲ୍ଲୀ...

Recent Comments

%d bloggers like this: