Friday, March 29, 2024

Top 5 This Week

Related Posts

ଗୁଣୁପୁର ଜିଆଇଇଟି ବିଶ୍ୱବିଦ୍ୟାଳୟରେ ବିଶ୍ଵ ଯୋଗ ଦିବସ ପାଳିତ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, ତା-(୨୧/୬) : ଆଜି ସ୍ଥାନୀୟ ଗୁଣୁପୁର ଜିଆଇଇଟି ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ ଆଜି ଅନୁଷ୍ଠାନ ପରିସର ରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି ।5e38f6e8 f3d2 4dcc 9ab2 a7cdd77d9658 ଗୁଣୁପୁର ଜିଆଇଇଟି ବିଶ୍ୱବିଦ୍ୟାଳୟରେ ବିଶ୍ଵ ଯୋଗ ଦିବସ ପାଳିତ

ଏହି ଅବସରରେ ଯୋଗ ଗୁରୁ ଦୁର୍ଗା ପ୍ରସାଦ ପାଣିଗ୍ରାହୀ ଯୋଗ ଦେଇ ଯୋଗ ର ପ୍ରାଧ୍ୟାନ୍ୟତା ଓ ଶରୀର ପ୍ରତି ଏହାର ଆବଶ୍ୟକତା ବିଷୟରେ କହିବା ସହ ବିଭିନ୍ନ ଯୋଗ ଯଥା ସୂର୍ଯ୍ୟ ନମସ୍କାର, ଭ୍ରମରି, ଅନୁଲୋମ ବିଲୋମ ଆଦି କରାଇ ଥିଲେ । ଗୁଣୁପୁର ଜିଆଇଇଟି ଅନୁଷ୍ଠାନ ର କମ୍ପୁଟର ସାଇନ୍ସ ବିଭାଗ ର ମୁଖ୍ୟ ଡ଼ଃ ସଞ୍ଜୟ କୁମାର କୁଁଅର, ଏମ ବି ଏ ବିଭାଗ ର ଡ଼ିନ ଡ଼ଃ ଜଗଦୀଶ ଏମ, ପ୍ରଫେସର ସତ୍ୟ ନାରାୟଣ ଦାସ, ପ୍ରଫେସର ବ୍ରଜ କିଶୋର ମିଶ୍ର ଯୋଗ ଦେଇଥିଲେ ।89db1376 558c 4852 bce5 eae2b77ee630 ଗୁଣୁପୁର ଜିଆଇଇଟି ବିଶ୍ୱବିଦ୍ୟାଳୟରେ ବିଶ୍ଵ ଯୋଗ ଦିବସ ପାଳିତ

ଜାତୀୟ ସେବା ଯୋଜନା ର ଆବାହକ ଡ଼.ପ୍ରେମାନଶୁ ଶେଖର ରଥ, କ୍ରୀଡା ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଏହି ଶିବିର କୁ ପରିଚାଳନା କରିଥିଲେ । ଏଥିରେ ଅନୁଷ୍ଠାନ ର ଅଧ୍ୟାପକ, ଛାତ୍ରଛାତ୍ରୀ ବହୁମାତ୍ରାରେ ଅଂଶଗ୍ରହଣ କରି ଯୋଗ ଶିବିରକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles