Friday, March 29, 2024

Top 5 This Week

Related Posts

ଜୁପିଟର ଆନ୍ତର୍ଜାତୀୟ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, ତା-(୨୧/୦୬) : ମଙ୍ଗଳବାର ଦିନ ଜୁପିଟର ଆନ୍ତର୍ଜାତୀୟ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି ।WhatsApp Image 2022 06 21 at 12.34.32 PM ଜୁପିଟର ଆନ୍ତର୍ଜାତୀୟ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଏହି ଅବସରରେ ପାତାଞ୍ଜଳି ଯୋଗ କେନ୍ଦ୍ର ହରିଦ୍ୱାର ର ପ୍ରମୁଖ ଯୋଗାଚାର୍ଯ୍ୟ ଶ୍ରୀ ରାଜେଶ ଜି ଉପସ୍ଥିତ ରହି ଜୁପିଟର ଆନ୍ତର୍ଜାତୀୟ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ତଥା ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ଯୋଗ, ପ୍ରଣାୟାମ, ଶିକ୍ଷା ଦେବାସହ ଦେଶରେ ଶାନ୍ତି ପ୍ରତିଷ୍ଠା, ସହ ମନୁଷ୍ୟ ର ମାନସିକ, ଶାରୀରିକ ଏବଂ ଆଧ୍ୟାତ୍ମିକ ବିକାଶ ର ଏକ ମାତ୍ର ମାଧ୍ୟମ ଯୋଗ ବୋଲି ମନ୍ତବ୍ୟ ଦେଇଥିଲେ ।

ଏହି ଅବସରରେ ବିଶ୍ୱ ଶାନ୍ତି ପାଇଁ ଏକ ଯଜ୍ଞ ର ଆୟୋଜନ ମଧ୍ୟ କରାଯାଇଥିଲା । ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଯୋଗ ହିଁ ମାନବୀୟତା ର ସନ୍ଦେଶ ବହନ କରୁଥିବା ଅଭିନନ୍ଦନ ପତ୍ର ପ୍ରସ୍ତୁତ କରି ସୁଦୂର ଅଷ୍ଟ୍ରେଲିଆ ର ମେଲବର୍ଣ୍ଣ ସହର ଏବଂ ଭିଏତନାମ ର ହେନୋଇ ସହର ର କିଛି ନିର୍ଦ୍ଧିଷ୍ଟ ବିଦ୍ୟାଳୟକୁ ପଠାଇବାର ପ୍ରୟାସ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଯୋଗଦେବା ପାଇଁ ବିଦ୍ୟାଳୟ ତରଫରୁ ରାୟଗଡା ସହରସ୍ଥିତ ବିଭିନ୍ନ ବିଦ୍ୟାଳୟ କୁ ନିମନ୍ତ୍ରଣ କରାଯାଇଥିଲା ।WhatsApp Image 2022 06 21 at 12.34.34 PM ଜୁପିଟର ଆନ୍ତର୍ଜାତୀୟ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଏହି ନିମନ୍ତ୍ରଣ ରକ୍ଷା କରି ଗୋବିନ୍ଦଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ର ଛାତ୍ର ତଥା ଶିକ୍ଷକ ଯୋଗ ଦେଇଥିଲେ । ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଗୋବିନ୍ଦ ପ୍ରସାଦ ରଥ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଯୋଗାଭ୍ୟାସ ମଧ୍ୟ କରିଥିଲେ । ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡା ଏବଂ ଉପଦେଷ୍ଟା ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ସହ ଯୋଗ ସମ୍ପର୍କିତ ସଂସ୍କୃତ ଶ୍ଲୋକ ପରିବେଷଣ କରାଯାଇଥିଲା ।

ବିଗତ ଦିନ ର ପ୍ରମୁଖ ଭାରତୀୟ ଯୋଗ ଗୁରୁ ମାନଙ୍କ ଏକ ଚିତ୍ର ପ୍ରଦର୍ଶନୀ ର ଆୟୋଜନ କରାଯିବା ସହ ସେମାନଙ୍କ ବିଷୟରେ ବିବରଣୀ ମଧ୍ୟ ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମ କୁ ସଫଳ ହେବାରେ ସହଯୋଗ କରିଥିଲେ ।

Popular Articles