Related Contents

ବାଇକ ଧକ୍କାରେ ପୂର୍ବତନ ଭଲିବଲ ଖେଳାଳିଙ୍କ ମୃତ୍ୟୁ

ରିପୋର୍ଟ: ରତ୍ନାକର ସେଠ
ଡୁଙ୍ଗୁରିପାଲି(୦୭/୦୬): ଆଜି ସକାଳେ ଏକ ବାଇକ ଧକ୍କାରେ ଜଣେ ପୂର୍ବତନ ଭଲିବଲ ଖେଳାଳିଙ୍କ ମୃତ୍ୟୁ ହୋଇଛି |

ମୃତକ ଜଣକ ସବୁ ଦିନ ପରି ଆଜି ସକାଳେ ଡୁଙ୍ଗୁରିପାଲି କଲେଜ ରାସ୍ତାରେ ପ୍ରାତଃ ଭ୍ରମଣ କରି ଫେରୁଥିବା ବେଳେ ହଠାତ ବାଇକ ରେ ଦୁଇ ଜଣ ଧକ୍କା ଦେଇଥିଲେ | ସ୍ଥାନୀୟ ଲୋକ ସଂଗେ ସଂଗେ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ | ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଏ | ମୃତକ ଜଣକ ଡୁଙ୍ଗୁରିପାଲି ର ଓ ସେ ଜଣେ ପୂର୍ବତନ ଭଲିବଲ ଖେଳାଳି ବୋଲି ଜଣାପଡିଛି | ତାଙ୍କ ନାମ ଲୋକନାଥ ସାହୁ (୬୫) | ଡୁଙ୍ଗୁରିପାଲି ପୋଲିସ ଶବ ଓ ବାଇକ ଜବତ କରି ତଦନ୍ତ ଜାରି ରଖିଛି |

Comments are closed.