ଗୁଣୁପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

0
191
ଗୁଣୁପୁର ସରସ୍ୱତୀ ଶିଶୁ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, ତା (୨୧/୬) : ଗୁଣୁପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆନ୍ତର୍ଜାତିକ ଯୋଗ ଦିବସ ଯଥାରୀତି ପାଳନ ହୋଇଯାଇଛି ।

ଉକ୍ତ ଦିବସରେ ସ୍ଥାନୀୟ ଅଞ୍ଚଳ ର ଶିକ୍ଷକ ତଥା ଜାତୀୟ ସ୍ତରରେ ପ୍ରଶିକ୍ଷିତ ହୋଇଥିବା ଯୋଗ ପ୍ରଶିକ୍ଷକ ଶ୍ରୀ ଦୁର୍ଗା ପ୍ରସାଦ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ ଭାଇ ମାନଙ୍କୁ ଯୋଗାଭ୍ୟାସ କରାଇଥିଲେ । ଗୁଣୁପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନାଚାର୍ଯ୍ୟ ଶ୍ରୀ ପ୍ରଫୁଲ୍ଲ କୁମାର ଶତପଥୀ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସମ୍ପାଦକ ଶ୍ରୀ ସୋମନାଥ ଗୌଡ଼ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରିଥିଲେ ।

ସ୍ଥାନୀୟ ବିବେକାନନ୍ଦ ଟ୍ରଷ୍ଟ ର ସଂଯୋଜିକା ଶ୍ରୀମତୀ ପ୍ରତିଭା ରଥ ଉପସ୍ଥିତ ରହି ଶିଶୁ ଭଉଣୀ ମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ଅନୁଷ୍ଠାନ ର ଯୋଗ ଗୁରୁଜୀ ଶ୍ରୀ ପରିତ୍ରାଣ ମହାପାତ୍ର ଓ ସ୍ଥାନୀୟ ଅଞ୍ଚଳ ର ଜଣେ ଶିକ୍ଷକ ତଥା ବିବେକାନନ୍ଦ କେନ୍ଦ୍ର ର ଯୋଗ ପ୍ରଶିକ୍ଷକ ଶ୍ରୀ କେ. ପ୍ରବୀଣ କୁମାର ଉକ୍ତ ଯୋଗ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶିଶୁ ବାଟିକା ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିଶୁ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

ଆଜିର ଏହି ଵ୍ୟସ୍ତ ବହୁଳ ଜୀବନରେ ଆମେ ନିଜ ଶରୀର ପ୍ରତି ଧ୍ୟାନ ଦେଉନଥିବା ହେତୁ ବିଭିନ୍ନ ରୋଗ ର ଶିକାର ହେଉଥିବା ଦେଖିବାକୁ ମିଳୁଛି । ଯୋଗ ଏକମାତ୍ର ଉପାୟ ଯାହା ମନ ଓ ଶରୀରକୁ ସୁସ୍ଥ ରଖିଥାଏ । ଖାଲି ଆନ୍ତର୍ଜାତିକ ଯୋଗ ଦିବସରେ ଯୋଗକୁ ସୀମିତ ନରଖି ପ୍ରତିଦିନ ଏହାକୁ ଅଭ୍ୟ।ସ କଲେ ଏକ ସୁସ୍ଥ ସମାଜ ଗଠନ ହୋଇ ପାରିବ ଏଥିରେ ସନ୍ଦେହ ନାହିଁ ।