Related Contents

ବନ୍ଧା ହେଲା ଦେଉଳି ପାହାଡର ରେପ୍ ଏବଂ ମର୍ଡରର ମୁଖ୍ୟ ଆସାମୀ ବିଜୟ ଓରଫ ବାବନ

ରିପୋର୍ଟ : ସତ୍ୟଜିତ ବାରିକ
ଯାଜପୁର (୦୫/୦୬): ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଦେଉଳି ପାହାଡରେ ଗତ ୨ତାରିଖ ରାତିରେ ଅର୍ଥାତ୍ ବାତ୍ୟା ଫନୀର ଠିକ୍ ପୂର୍ବ ଦିନ ଘଟିଥିବା ଘଟଣାର ଆଜି ପର୍ଦା ଫାସ କରି ସଫଳତାର ପାହାଚ ଚଢ଼ିଛି ଧର୍ମଶାଳା ପୋଲିସ ।

ସୂଚନା ଅନୂଯାୟୀ ଗତ ୨ତାରିଖ ରାତିରେ ଦେଉଳି ପାହାଡରେ ହୋଇ ଥିବା ଦେଉଳି ଗ୍ରାମର କ୍ରୁଷ୍ନ ଚନ୍ଦ୍ର ସାମଲଙ୍କ ସ୍ତ୍ରୀ ମିତା ସାମଲଙ୍କୁ ହତ୍ୟା ଓ ତାର ଝିଅକୁ ଦୁଷ୍କର୍ମ କରି ମୁଖ୍ୟ ଅଭିଯୁକ୍ତ ବିଜୟ କେଉଁ ଆଡେ ଫେରାର୍ ହୋଇ ଯାଇଥିଲା । ପୋଲିସର ଖୋଳତାଡ ପରେ ପୋଲିସ ବିଜୟକୁ କେରଳର ଏକ କଂପାନୀରେ କାର୍ଯ୍ୟ କରୁଥିବା ସମୟରେ ଗିରଫ କରି ଧର୍ମଶାଳା ଥାନାକୁ ଆଣିଥିଲେ । ପୂର୍ବ ସୂଚନା ଅନୁସାରେ ଗତ ୨୦୧୮ମସିହା ନଭେମ୍ବର ମାସରେ ଦେଉଳି ଗ୍ରାମର କ୍ରୁଷ୍ନ ଚନ୍ଦ୍ର ସାମଲଙ୍କ ଝିଅକୁ ଦୁଷ୍କର୍ମ କରିଥିବା ନେଇ ଏକ ମାମଲା ଧର୍ମଶାଳା ଥାନା ପୋଲିସ ୪୪୦/୧୮ ନଂ ରେ ରୁଜୁ କରିଥିଲେ । ଘଟଣା ପରେ ବିଜୟ ଓରଫ୍ ବାବନ ସେହି ଦିନ ଠାରୁ ଫେରାର୍ ଥିଲା । ତେବେ ବିଜୟର ବୟାନ ଅନୁସାରେ ବିଜୟ ଓ ତାର ସହଯୋଗୀ ଭିକି ଦୁଇ ଜଣ ଯାକ ମିଶି ଝିଅ ଓ ମା ଉଭୟଙ୍କୁ ପାହାଡ ଉପରକୁ ଡାକି ନେଇଥିଲେ । ସେଠାରେ ସେ ଥାନାରେ ଥିବା ପୂର୍ବ କେଶକୁ ଉଠାଇବା ପାଇଁ ବାଧ୍ୟ କରିଥଲା ।

କିନ୍ତୁ କେଶ ନ ଉଠାଇବା ପାଇଁ ଝିଅର ମାଆ ମିତା ସାମଲ ସଫା ସଫା ମନା କରିଦେଇଥିଲେ । ଏହି ରାଗରେ ବିଜୟ ଓ ଭିକି ମିତାକୁ ମାଡ ମାରି ସେହିଠାରେ ହିଁ ହତ୍ୟା କରିଦେଇ ଓ ଝିଅକୁ ଦୁଇ ଦୁଇ ଥର ଦୁଷ୍କର୍ମ କରିଥିଲେ ଓ ଝିଅ କୁ ହତ୍ୟା କରିବା ପାଇଁ ଉଦ୍ୟମ ମଧ୍ୟ କରିଥିଲେ । ଉଭୟ ମା ଓ ଝିଅ ମରିଗଲେ ଭାବି ସେଠାରୁ ସେ ଫେରାର୍ ହୋଇଯାଇଥିଲେ । ପୋଲିସର ଖୋଳ୍ ତାଡ୍ ପରେ ପ୍ରଥମେ ଭିକିକୁ ଧର୍ମଶାଳା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।

ଠିକ୍ ଏକ ମାସ ପରେ ବିଜୟକୁ ପୋଲିସ କେରଳରୁ ଗିରଫ କରି, କ୍ରୁଷ୍ନ ଚନ୍ଦ୍ର ସାମଲଙ୍କ ଅଭିେଯାଗ କ୍ରମେ ପୁଲିସ କେଶ ନଂ ୨୧୬/୧୯ରେ ଦଫା ୩୬୩, ୨୯୪, ୫୦୬, ୩୨୩, ୩୦୭, ୩୦୨, ୩୭୬,୩୪, ଓ ୧୨୦ବି ଆଇପିସି ଅନୁସାରେ ମାମଲା ରୁଜୁକରି କୋର୍ଟ ଚାଲାଣ କରିଥିଲେ । ବିଜୟ ଓ ଭିକି ଗିରଫ ହୋଇ ସିନା ଜେଲ ଗଲେ, କିନ୍ତୁ ଏହା ପଛରେ ଏକ ବିରାଟ କାହାଣୀ ଥିବାର ସାଧାରଣରେ ଚର୍ଚ୍ଚା ଆରମ୍ଭ ହେଉଛି ।

Comments are closed.