Related Contents

ମୁରିବାହାଲ ଠାରେ କଂଗ୍ରେସ ପକ୍ଷରୁ ବ୍ଲକ ଓ ଥାନା ଘେରାଓ

ରିପୋର୍ଟ: ଭଗବାନ ମହାନ୍ତି/ନିମାଇଁ ବଘାର
ମୁରିବାହାଲ(୦୬/୦୬): ମୁରିବାହାଲ ବ୍ଲକ କଂଗ୍ରେସ ନବ ନିର୍ବାଚିତ କଣ୍ଟାବାଞ୍ଜି ବିଧାୟକଙ୍କ ଅଧକ୍ଷତାରେ ବ୍ଲକର ୨୨ଟି ପଞ୍ଚାୟତର ଜନସାଧାରଣ ଓ ସହସ୍ରାଧିକ କଂଗ୍ରେସ କର୍ମୀ ମୁରିବାହାଲ ବ୍ଲକ ଓ ଥାନା ଘେରାଓରେ ଉପସ୍ଥିତ ଥିଲେ | ପ୍ରଥମେ ମୁରିବାହାଲ କଂଗ୍ରେସ ଭବନରେ ଏକତ୍ରିତ ହୋଇ ନବନିର୍ବାଚିତ ଶ୍ରୀ ସାଲୁଜାଙ୍କୁ ସମ୍ବର୍ଦ୍ଧିତ କରିଥିଲେ |

ତାପରେ ପୂର୍ବ ବୈଠକରେ ପ୍ରସ୍ତୁତି ହୋଇଥିବା ମୁତାବକ ବ୍ଲକ ଓ ଥାନା ଘେରାଓ ଶୁକ୍ରବାରକୁ ପ୍ରସ୍ତୁତି ବୈଠକରେ ନିର୍ଦ୍ଧାରିତ ହୋଇଥିଲା | ପ୍ରଥମେ ବ୍ଲକ ଘେରାଓ କରିଥିଲେ | ବ୍ଲକରେ ଅନେକ ଦୁର୍ନୀତି ହୋଇଥିବା ଶ୍ରୀ ସାଲୁଜା ଏବଂ ତାଙ୍କ କର୍ମୀ ଅଭିଯୋଗ କରିଥିଲେ ଓ କର୍ମୀ ମାନେ ବ୍ଲକ ଚ୍ୟାରମେନଙ୍କ ନା ରେ ଅନେକ ନାରାବାଜି କରିଥିଲେ | ତାପରେ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀଙ୍କ ପକ୍ଷରୁ ମୁଖ୍ୟକିରାଣୀ ବୀରେନ୍ଦ୍ର କୁମାର ରାଇଙ୍କୁ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଶ୍ରୀ ସାଲୁଜା ଦାବି ପତ୍ର ଦେଇଥିଲେ | ତାପରେ ମୁରିବାହାଲ ଥାନା ଘେରାଓ କରିବାକୁ ବାହାରିଥିଲେ | ମୁରିବାହାଲ ଥାନା ଅଧିକାରୀ ଲୋକନାଥ ଭୋଇଙ୍କୁ ଜନସାଧାରଣ ଅଭିଯୋଗ କରିଥିଲେ | ଅନେକ ଦୁର୍ନୀତି ଚାଲିଥିବା ସହିତ ଏତେଲା ଗ୍ରହଣ କରୁନଥିବା ଗୁରୁତର ଅଭିଯୋଗ କରିଥିଲେ |ଏତେଲା ଦେଉଥିବା ଲୋକଙ୍କୁ ଦୁର୍ବ୍ୟବହାର କରୁଥିବା ଓ ନିର୍ଦୋଷ ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଥିଲେ |

ଶ୍ରୀ ସାଲୁଜା ଏହି ବିଷୟରେ ମୁ ବିଧାନସଭାରେ ଉଠାଇବି କହିଥିଲେ ଓ ସେ କଣ୍ଟାବାଞ୍ଜି ଭାରପ୍ରାପ୍ତ ଅଧିକାରୀ ବିଜୟାନନ୍ଦ କର୍କରାଙ୍କ ନା ରେ ଗୁରୁତର ଅଭିଯୋଗ କରିଥିଲେ | ଅଭିଯୁକ୍ତଙ୍କ ସାଙ୍ଗରେ ତାଙ୍କର ସମ୍ପର୍କ ଥିବା କହିଥିଲେ | ଦାବି ପତ୍ର କଣ୍ଟାବାଞ୍ଜି ଡି ଏସ ପି ସରୋଜ କୁମାର ମହାପାତ୍ରଙ୍କୁ ଶ୍ରୀ ସାଲୁଜା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେସ୍ୟରେ ଦେଇଥିଲେ | ପରେ କଂଗ୍ରେସ ଅଫିସକୁ ଆସି କର୍ମୀ ଙ୍କ ସାଙ୍ଗରେ ବିବୃତ୍ତି ରଖିଥିଲେ | ଏହି ଘେରାଉରେ ଜିଲା କଂଗ୍ରେସ ଜେନେରାଲ ସେକ୍ରେଟାରୀ ଦେବ ଷଢଙ୍ଗି, ବ୍ଲକ ସଭାପତି ପ୍ରଫୁଲ୍ଲ ବଘାର, ଜିଲ୍ଲା ପରିଷଦର ସଭ୍ୟ ବେଲାରସେନ ବେହେରା, ହଳଦୀ ଜୋନ ସଭାପତି ବିରାଜ ପୁଟେଲ, ମାଳିଶିରା ସମିତି ସଭ୍ୟ ଅନିଲ କୁମାର ଜୈନ, ହଳଦୀ ସରପଞ୍ଚ ଗୋପୀନାଥ ପାଣିଗ୍ରାହୀ, କାନ୍ହୁଚରଣ ବହିଦାର, କୃଷ୍ଣଚନ୍ଦ୍ର ପଧାନ, ବିଦ୍ୟାଧର ହାତୀ, ଯଦୁପତି ଅଗସ୍ତି, ଅଶୋକ ବଘାର, ଟୁନାମଣି ମହାନନ୍ଦ, କୈଳାସ ପଧାନି, ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ |

Comments are closed.