ପିଡି ଡିଆରଡିଏଙ୍କ ଚନ୍ଦ୍ରପୁର ବ୍ଲକଗସ୍ତ

ରିପୋର୍ଟ: କୈଳାସ ମାଳବିଶୋୟୀ
ଚନ୍ଦ୍ରପୁର (୦୬/୦୬): ରାୟଗଡା ଜିଲ୍ଲା ଚ଼ଦ୍ରପୁର ବ୍ଲକର ବିଭିନ୍ନ ପଚ଼ାଂୟତ ବୁଲି ସମସ୍ୟା ବୁଝି ଦେଖିଥିଲେ | ଚନ୍ଦ୍ରପୁର ବ୍ଲକର ସାରକିମା, ବିଜାପୁର, ହନମନ୍ତପୁର, ରଗୁନାଖାଲ ଯିବାକୁ ରାସ୍ତା ନ ଥିବା ଦେଖି ଗୁନାଖାଲ ରାସ୍ତା ତିଆରି କରିବା ନିମନ୍ତେ ପିଡି ଡିଆରଡିଏ ଶ୍ରୀ ଅମ୍ରିତ ରୁତୁରାଜ ବିଡିଓ ଜଜ୍ର ଡୁଗଂଡୁଗଂଙ୍କୁ କହିଥିଲେ |

ଏବଂ ହନମନ୍ତପୁର ପଚ଼ାଂୟତର ଅଧାଂରଲିମା ଗ୍ରାମରେ ୧୮ଟି ପରିବାର ଲୋକ ସଖ୍ୟା ପ୍ରାୟ ୧୫୦ରୁ ଉର୍ଦ୍ଧ ଲୋକ ବସବାସ କରୁଛନ୍ତି | ଲୋକ ମାନଙ୍କ ପିଇବା ପାଣି ପାଇ ନାହି ନ ଥିବା ଅସୁବିଧା ସମ୍ମୁଖୀନ ହେଉଥିବା ଲୋକ କହିଥିଲେ | ଅଦ୍ଦାଂରଲିମା ଗ୍ରାମରେ ଗାଟିଏ ମଧ୍ୟ ନଳକୂପ ଖନନ କରିଥିବା ହନମନ୍ତପୁର ସରପଞ୍ଚ ଶ୍ରୀ କାଉମୁନିଙ୍କୁ ପଚ଼ାରି ବୁଝିଥିଲେ |

ସରପଞ୍ଚ ମହାଶୟ କହିଥିଲେ ନଳକୂପ ଖନନ କଲାବେଳେ କୌଣସି ଆରଡବ୍ଲୁଏସଏସର କର୍ମଚାରୀ ଆସି ନ ଥିଲେ | ଏଣୁ ପାଣି ନ ବାହାରିବା ଆଗରୁ ପାଣି ବାହାରିଲା କହି ଗାଡି ଧରି ପଳେଇଗଲେ ବୋଲି କହିଥିଲେ | ପିଡି ଡିଆରଡିଏ ଶ୍ରୀ ଅମ୍ରିତ ରୁତୁରାଜ,ଏପିଡି ଚନ୍ଦ୍ରପୁର ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରି ଶ୍ରୀ ଜଜ୍ର ଡୁଗଂଡୁଗଂ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସଂଜିତା ପ୍ରଟିଗାଂ, ବ୍ଲକ କର୍ମଚାରୀ ଚ଼ଦ୍ରପୁର ଥାନା କନେଷ୍ଟବଲ ଶ୍ରୀ ବିରଂଚି ପ୍ରମୁଖ ସମସ୍ତ ପଚ଼ାଂୟତ ବୁଲି ଅନୁଧ୍ୟାନ କରିଥିଲେ |

Comments are closed.